ବିଏମ୍ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା
ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍ର ମଳମୂତ୍ର ଆଦି ବିଏମ୍ସି ଡ୍ରେନ୍ରେ ସିଧା ଗଙ୍ଗୁଆକୁ ଯାଉଛି। ଗଙ୍ଗୁଆର ଏହି ବିଷାକ୍ତ ପାଣି ଦୟାନଦୀରେ ମିଶୁଛି। ଫଳରେ ଦୟାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ନାନାଦି ରୋଗର ଶିକାର ହେଉଛନ୍ତି। ଏହି ବିଷାକ୍ତ ଓ ଦୂଷିତ ପାଣି ପିଇ ପୁରୀ ଜିଲା କଣାସ ଅଞ୍ଚଳର ଶତାଧିକ ଲୋକ […] The post ବିଏମ୍ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା appeared first on Dharitri Odia News.
ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍ର ମଳମୂତ୍ର ଆଦି ବିଏମ୍ସି ଡ୍ରେନ୍ରେ ସିଧା ଗଙ୍ଗୁଆକୁ ଯାଉଛି। ଗଙ୍ଗୁଆର ଏହି ବିଷାକ୍ତ ପାଣି ଦୟାନଦୀରେ ମିଶୁଛି। ଫଳରେ ଦୟାନଦୀ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକ ନାନାଦି ରୋଗର ଶିକାର ହେଉଛନ୍ତି। ଏହି ବିଷାକ୍ତ ଓ ଦୂଷିତ ପାଣି ପିଇ ପୁରୀ ଜିଲା କଣାସ ଅଞ୍ଚଳର ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ୪ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ବିଏମ୍ସି କମିଶନର ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦାୟୀ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ। ଏହି ଦୁଇ ସଙ୍ଗଠନ ପକ୍ଷରୁ ସୋମବାର ଖାରବେଳ ଥାନାରେ ଦୁଇ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର କରାଯାଇଛି।
ଏଥିସହ ଆନ୍ଦୋଳନ ଓ ଅଭିଯାନର ଏକ ପ୍ରତିନିଧି ଦଳ ରେଳଗାଡି ୱାଶିଂ ପଏଣ୍ଟକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଓ୍ବାଶିଂ ୟାର୍ଡରୁ ବର୍ଜ୍ୟ ପାଣି ଯିବା ପାଇଁ ଦୁଇଟି ଚ୍ୟାନେଲ ରହିଛି। ସେହି ଚ୍ୟାନେଲର ପଚା ପାଣିକୁ ଟ୍ରିଟ୍ମେଣ୍ଟ କରିବାକୁ ଏକ ଛୋଟ ପ୍ଲାଣ୍ଟ ବସାଯାଇଛି। ମାତ୍ର ତାହା ଦୀର୍ଘବର୍ଷ ହେବ କାମ କରୁ ନ ଥିବାରୁ ଟାଙ୍କିରେ କଳଙ୍କି ଲାଗିଗଲାଣି। ତେଣୁ ସବୁ ବର୍ଜ୍ୟପାଣି ପାଇପ୍ ବାଟେ ଡ୍ରେନରେ ଯାଇ ୩ ନଂ. ହାଟ ପାଖଦେଇ ଯାଇଥିବା ବଡ ଡ୍ରେନ ମାଧ୍ୟମରେ ଗଙ୍ଗୁଆ ନାଳରେ ମିଶୁଛି। ତେଣୁ ଉଭୟ ବିଏମ୍ସି କମିଶନର ଓ ପୂର୍ବତଟ ରେଳପଥର ମୁଖ୍ୟ ପ୍ରବନ୍ଧକ ଏଥିପାଇଁ ଦାୟୀ ବୋଲି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ମୁଖପାତ୍ର ପ୍ରସନ୍ନ ବିଷୋୟୀ, ସଂଯୋଜକ ବିଜୟ ପ୍ରଧାନ, ଦୟା ସୁରକ୍ଷା ଅଭିଯାନ ଉପଦେଷ୍ଟା ଅର୍ଜୁନ ସାମନ୍ତରାୟ, ଆବାହକ ସଚିକାନ୍ତ ପ୍ରଧାନ, ସତ୍ୟନାରାୟଣ ସାମନ୍ତସିଂହାର, ପ୍ରସନ୍ନ ମହାପାତ୍ର ପ୍ରମୁଖ ଥାନାକୁ ଯାଇ ଏତଲା ଦେଇଥିଲେ।
The post ବିଏମ୍ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା appeared first on Dharitri Odia News.