ଚମୋଲି ହିମସ୍ଖଳନ ଘଟଣା; ବରଫ ଖଣ୍ଡ ତଳେ ଫସିଛନ୍ତି ଆହୁରି ୮ଶ୍ରମିକ, ରେସକ୍ୟୁ ଅପରେସନ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରଫ ତଳେ ଫସିଥିବା ଶ୍ରମିକଙ୍କୁ ରେସକ୍ୟୁ ପାଇଁ ଉଦ୍ଧାରକରୀ ଦଳ ଲାଗିଛନ୍ତି । ସୂଚନା ଅନୁଯାୟୀ, ଶନିବାର ଆଇଟିବିପି, BRO ଟିମ୍ ଶ୍ରମିକ ମାନଙ୍କୁ ଖୋଜାଖୋଜି କରୁଛନ୍ତି । ସକାଳୁ ୧୪ଜଣ ଶ୍ରମିକଙ୍କୁ ବରଫ ତଳୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ୮ଜଣ ଫସିଛନ୍ତି । ଉଦ୍ଧାର ପାଇଁ ସେନା, ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଟିମ୍ ଲାଗିପଡ଼ିଛନ୍ତି ।   ସୂଚନା ମୁତାବକ ଶୁକ୍ରବାର ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡରେ ହିମସ୍ଖଳନ । ସକାଳ ପ୍ରାୟ ୭.୧୫ ମିନିଟରେ ଚାମେଲିରେ ବରଫ ଖଣ୍ଡ ଫାଟିଥିଲା । ମାଣା ଗାଁରେ ଏହି ଅଘଟଣ ଘଟିଛି । ଫଳରେ ବଦ୍ରିନାଥ ଡ୍ୟାମ୍ ନିକଟରେ ବରଫ ତଳେ ଚାପି ହୋଇଯାଇଥିଲେ ୫୭ ଶ୍ରମିକ । ଏନେଇ ଖବର ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତାମନ ସୁଦ୍ଧା ୪୭ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ଜଣଙ୍କୁ ରେସକ୍ୟୁ ଟିମ୍ ଖୋଜୁଛନ୍ତି । ଗତକାଲି ହିମସ୍ଖଳନ ଖବର ପ୍ରଥମ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ।  

ଚମୋଲି ହିମସ୍ଖଳନ ଘଟଣା; ବରଫ ଖଣ୍ଡ ତଳେ ଫସିଛନ୍ତି ଆହୁରି ୮ଶ୍ରମିକ, ରେସକ୍ୟୁ ଅପରେସନ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରଫ ତଳେ ଫସିଥିବା ଶ୍ରମିକଙ୍କୁ ରେସକ୍ୟୁ ପାଇଁ ଉଦ୍ଧାରକରୀ ଦଳ ଲାଗିଛନ୍ତି । ସୂଚନା ଅନୁଯାୟୀ, ଶନିବାର ଆଇଟିବିପି, BRO ଟିମ୍ ଶ୍ରମିକ ମାନଙ୍କୁ ଖୋଜାଖୋଜି କରୁଛନ୍ତି । ସକାଳୁ ୧୪ଜଣ ଶ୍ରମିକଙ୍କୁ ବରଫ ତଳୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ୮ଜଣ ଫସିଛନ୍ତି । ଉଦ୍ଧାର ପାଇଁ ସେନା, ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି ଟିମ୍ ଲାଗିପଡ଼ିଛନ୍ତି ।   

ସୂଚନା ମୁତାବକ ଶୁକ୍ରବାର ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡରେ ହିମସ୍ଖଳନ । ସକାଳ ପ୍ରାୟ ୭.୧୫ ମିନିଟରେ ଚାମେଲିରେ ବରଫ ଖଣ୍ଡ ଫାଟିଥିଲା । ମାଣା ଗାଁରେ ଏହି ଅଘଟଣ ଘଟିଛି । ଫଳରେ ବଦ୍ରିନାଥ ଡ୍ୟାମ୍ ନିକଟରେ ବରଫ ତଳେ ଚାପି ହୋଇଯାଇଥିଲେ ୫୭ ଶ୍ରମିକ । ଏନେଇ ଖବର ମିଳିବା ପରେ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତାମନ ସୁଦ୍ଧା ୪୭ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୮ଜଣଙ୍କୁ ରେସକ୍ୟୁ ଟିମ୍ ଖୋଜୁଛନ୍ତି । ଗତକାଲି ହିମସ୍ଖଳନ ଖବର ପ୍ରଥମ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ ।