୧୨ରେ ଓଡିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ଭୁବନେଶ୍ୱରରେ ପିଏମ ମୋଦୀଙ୍କ ରୋଡ୍ ଶୋ
ଭୁବନେଶ୍ୱର: ଓଡିଶାରେ ବିଜେପିର ପ୍ରଥମ ସରକାର ଗଠନ କରିବାକୁ ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଯେଉଁ ଅପେକ୍ଷା କରାଯାଉଛି ତାହା ଦୁଇ ଦିନ ବଢି ଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଜୁନ ୧୦ରେ ହେବାକୁ ଥିଲା । ହେଲେ ଏହା ୧୨ ତାରିଖୁ ଘୁଞ୍ଚାଇ ଦିଆଯାଇଛି । ଏହି କାରଣରୁ ଏବେ ବୁଧବାର ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ବିଜେପିର ଓଡିଶା ପ୍ରଭାରୀ ବିଜୟପାଲ ସିଂ […] The post ୧୨ରେ ଓଡିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ଭୁବନେଶ୍ୱରରେ ପିଏମ ମୋଦୀଙ୍କ ରୋଡ୍ ଶୋ appeared first on Odisha.News.
ଭୁବନେଶ୍ୱର: ଓଡିଶାରେ ବିଜେପିର ପ୍ରଥମ ସରକାର ଗଠନ କରିବାକୁ ଯାଉଛି । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଯେଉଁ ଅପେକ୍ଷା କରାଯାଉଛି ତାହା ଦୁଇ ଦିନ ବଢି ଯାଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଜୁନ ୧୦ରେ ହେବାକୁ ଥିଲା । ହେଲେ ଏହା ୧୨ ତାରିଖୁ ଘୁଞ୍ଚାଇ ଦିଆଯାଇଛି । ଏହି କାରଣରୁ ଏବେ ବୁଧବାର ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ବିଜେପିର ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ଭୁବନେଶ୍ୱର ଜନତା ମଇଦାନରେ ଶପଥ ଗ୍ରହଣ ସମାରୋହ ହେବ । ଏହି ଆୟୋଜନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ଶୋ କରିବେ ଏବଂ ବହୁମତ ପାଇଁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେବେ ।
ଏହା ବ୍ୟତୀତ ବୁଧବାର ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ଏହା ପରେ ଭୁବନେଶ୍ୱର ଆସିବେ । ଶପଥ ସମାରୋହ ପୂର୍ବରୁ ପିଏମ ମୋଦୀ ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ଶୋ କରିବେ । ଗୋଟିଏ ମାସରେ ପିଏମ ମୋଦୀଙ୍କ ଏହା ଭୁବନେଶ୍ୱରରେ ଦ୍ୱିତୀୟ ରୋଡ ଶୋ ହେବ । ଏହା ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ।
ଏଥର ନିର୍ବାଚନରେ ବିଜେପି ୭୮ ଆସନ ଜିତି ପ୍ରଥମ ଥର ସରକାର ଗଢିବାକୁ ଯାଉଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ଏହା ପରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ନାଁ ଉପରେ ନିଷ୍ପତ୍ତି ନିଆଯିବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ସୁରେଶ ପୂଜାରୀ ଥିବା ନେଇ ଚର୍ଚ୍ଚା ହେଉଛି ।
The post ୧୨ରେ ଓଡିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ, ଭୁବନେଶ୍ୱରରେ ପିଏମ ମୋଦୀଙ୍କ ରୋଡ୍ ଶୋ appeared first on Odisha.News.