ମୋହନଲାଲଙ୍କ ଇସ୍ତଫା ପରେ କିଏ ହେବ AMMAର ନୂଆ ଅଧ୍ୟକ୍ଷ, ୨ ମାସ ଭିତରେ ହେବ ନିର୍ବାଚନ

ମୁମ୍ଵାଇ୨୯।୦୮: ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏବେ ଅଡୁଆରେ। ଏକାଧିକ ଅଭିନେତ୍ରୀ ନିଯ୍ୟାତନା ଅଭିଯୋଗ ଆଣିଛନ୍ତି।  ଏହା ପରେ ମାଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (AMMA) ସଭାପତି ମୋହନଲାଲଙ୍କ ସମେତ ଏକାଧିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ଭେଟେରାନ ଅଭିନେତା ସିଦ୍ଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ସମେତ ଅନେକ କଳାକାର ବିରୁଦ୍ଧରେ କିଛି ଅଭିନେତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆସୋସିଏସର ସଭାପତି ମୋହନଲାଲ ପଦରୁ ଇସ୍ତଫା ଦେବା ପରେ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି।ଏନେଇ AMMA ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ନୂଆ କମିଟି ଗଠନ କରାଯିବ। ଏଥିପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହେବ ବୋଲି AMMA କହିଛି। ଗତ ସପ୍ତାହରେ ଜଷ୍ଟିସ୍ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ଅନୈତିକ କାର୍ଯ୍ୟର ଖୁଲାସା ହୋଇଥିଲା। କମିଟି ଯାଞ୍ଚ କରିବା ପରେ ନିକଟରେ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦିଆଯାଇଥିବା ଖୁଲାସା କରିଛି। ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ମଧ୍ୟରେ ପୁରୁଣା ଫିଲ୍ମ ସଂସ୍ଥା ଭାଙ୍ଗି ଯାଇଛି। ସଭାପତିଙ୍କ ସମେତ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ଇସ୍ତଫା ଦେଇ

ମୋହନଲାଲଙ୍କ ଇସ୍ତଫା ପରେ କିଏ ହେବ AMMAର ନୂଆ ଅଧ୍ୟକ୍ଷ, ୨ ମାସ ଭିତରେ ହେବ ନିର୍ବାଚନ

ମୁମ୍ଵାଇ୨୯।୦୮: ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏବେ ଅଡୁଆରେ। ଏକାଧିକ ଅଭିନେତ୍ରୀ ନିଯ୍ୟାତନା ଅଭିଯୋଗ ଆଣିଛନ୍ତି।  ଏହା ପରେ ମାଲୟାଲମ ଚଳଚ୍ଚିତ୍ର କଳାକାର ସଂଘ (AMMA) ସଭାପତି ମୋହନଲାଲଙ୍କ ସମେତ ଏକାଧିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଭେଟେରାନ ଅଭିନେତା ସିଦ୍ଦିକ ଏବଂ ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ସମେତ ଅନେକ କଳାକାର ବିରୁଦ୍ଧରେ କିଛି ଅଭିନେତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆସୋସିଏସର ସଭାପତି ମୋହନଲାଲ ପଦରୁ ଇସ୍ତଫା ଦେବା ପରେ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି।

ଏନେଇ AMMA ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆସନ୍ତା ଦୁଇ ମାସ ମଧ୍ୟରେ ନୂଆ କମିଟି ଗଠନ କରାଯିବ। ଏଥିପାଇଁ ଏକ ନିର୍ବାଚନ ଅନୁଷ୍ଠିତ ହେବ ବୋଲି AMMA କହିଛି। 

ଗତ ସପ୍ତାହରେ ଜଷ୍ଟିସ୍ ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାରଙ୍କ ଅନୈତିକ କାର୍ଯ୍ୟର ଖୁଲାସା ହୋଇଥିଲା। କମିଟି ଯାଞ୍ଚ କରିବା ପରେ ନିକଟରେ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦିଆଯାଇଥିବା ଖୁଲାସା କରିଛି। ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ମଧ୍ୟରେ ପୁରୁଣା ଫିଲ୍ମ ସଂସ୍ଥା ଭାଙ୍ଗି ଯାଇଛି। ସଭାପତିଙ୍କ ସମେତ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ଇସ୍ତଫା ଦେଇଛନ୍ତି।