ରାଜ୍ୟସଭାରେ NDA ପାଖରେ ବହୁମତ, ବିନା ନିର୍ବାଚନରେ ଜିତିଲେ ୧୨ ସାଂସଦ
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏ ସଂସଦ ଉପର ସଦନ ରାଜ୍ୟସଭାରେ ବହୁମତ ହାସଲ କରିଛି । ରାଜ୍ୟସଭାରେ ଏବେ ଏନଡିଏ ପାଖରେ ୧୧୨ ସାଂସଦ ଅଛନ୍ତି । ରାଜ୍ୟସଭା ଉପନିର୍ବାଚନରେ ସମସ୍ତ ୧୨ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚନ ଜିତିଛନ୍ତି । ଏଥିରୁ ୯ ଜଣ ବିଜେପି ସାଂସଦ ଥିବା ବେଳେ, ଅନ୍ୟମାନେ ସହଯୋଗୀ ଦଳର ସାଂସଦ । ଏହିପରି ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ବଢି ୯୬ ହୋଇଛି ।ରାଜ୍ୟସଭା ଉପନିର୍ବାଚନରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଏନଡିଏର ସହଯୋଗୀ ଅଜିତ୍ ପାୱାର ଗୋଷ୍ଠୀର ଜଣେ ସଦସ୍ୟ ଏବଂ ରାଷ୍ଟ୍ରୀୟ ଲୋକ ମଞ୍ଚର ଉପେନ୍ଦ୍ର କୁଶୱାହ ସାମିଲ ଅଛନ୍ତି । ଏହା ବ୍ୟତୀତ କଂଗ୍ରସରୁ ଜଣେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭାରେ ଏନଡିଏକୁ ୭ ମନୋନୀତ ସଦସ୍ୟଙ୍କ ସମର୍ଥନ ରହିଛି । ଏହିପରି ରାଜ୍ୟସଭାରେ ଏବେ ଏନଡିଏକୁ ମୋଟ ୧୧୯ ସାଂସଦଙ୍କ ସମର୍ଥନ ରହିଛି । ସେହିପରି ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୮୫ ହୋଇଛି ।ରାଜ୍ୟସଭାରେ ମୋଟ ୨୪୫ ଆସନ ରହିଛି । ବର୍ତ୍ତମାନ ଏଥିରୁ ୮ ଆସନ ଖାଲି ରହିଛି । ଏଥିରୁ ଚାରି ଆସନ ଜାମ୍ମୁ କାଶ୍ମୀର ଏବଂ ଅନ୍ୟ ଚାରି ଅସନ ମନୋନୀତି କୋଟାରୁ ଖାଲି ରହିଛି । ଏହି ଦୃଷ୍ଟିରୁ ରାଜ୍ୟସଭାରେ ସଦସ୍ୟଙ୍କ ମୋଟ ସଂଖ୍ୟା ୨୩୭ ରହିଛି ଏବଂ ବହୁମତ ସଂଖ୍ୟା ୧୧୯ ରହିଛି ।ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଆସାମରୁ ରାମେଶ୍ୱର ତେଲ
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏ ସଂସଦ ଉପର ସଦନ ରାଜ୍ୟସଭାରେ ବହୁମତ ହାସଲ କରିଛି । ରାଜ୍ୟସଭାରେ ଏବେ ଏନଡିଏ ପାଖରେ ୧୧୨ ସାଂସଦ ଅଛନ୍ତି । ରାଜ୍ୟସଭା ଉପନିର୍ବାଚନରେ ସମସ୍ତ ୧୨ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚନ ଜିତିଛନ୍ତି । ଏଥିରୁ ୯ ଜଣ ବିଜେପି ସାଂସଦ ଥିବା ବେଳେ, ଅନ୍ୟମାନେ ସହଯୋଗୀ ଦଳର ସାଂସଦ । ଏହିପରି ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ବଢି ୯୬ ହୋଇଛି ।
ରାଜ୍ୟସଭା ଉପନିର୍ବାଚନରେ ନିର୍ବିରୋଧ ନିର୍ବାଚିତ ହୋଇଥିବା ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଏନଡିଏର ସହଯୋଗୀ ଅଜିତ୍ ପାୱାର ଗୋଷ୍ଠୀର ଜଣେ ସଦସ୍ୟ ଏବଂ ରାଷ୍ଟ୍ରୀୟ ଲୋକ ମଞ୍ଚର ଉପେନ୍ଦ୍ର କୁଶୱାହ ସାମିଲ ଅଛନ୍ତି । ଏହା ବ୍ୟତୀତ କଂଗ୍ରସରୁ ଜଣେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭାରେ ଏନଡିଏକୁ ୭ ମନୋନୀତ ସଦସ୍ୟଙ୍କ ସମର୍ଥନ ରହିଛି । ଏହିପରି ରାଜ୍ୟସଭାରେ ଏବେ ଏନଡିଏକୁ ମୋଟ ୧୧୯ ସାଂସଦଙ୍କ ସମର୍ଥନ ରହିଛି । ସେହିପରି ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୮୫ ହୋଇଛି ।
ରାଜ୍ୟସଭାରେ ମୋଟ ୨୪୫ ଆସନ ରହିଛି । ବର୍ତ୍ତମାନ ଏଥିରୁ ୮ ଆସନ ଖାଲି ରହିଛି । ଏଥିରୁ ଚାରି ଆସନ ଜାମ୍ମୁ କାଶ୍ମୀର ଏବଂ ଅନ୍ୟ ଚାରି ଅସନ ମନୋନୀତି କୋଟାରୁ ଖାଲି ରହିଛି । ଏହି ଦୃଷ୍ଟିରୁ ରାଜ୍ୟସଭାରେ ସଦସ୍ୟଙ୍କ ମୋଟ ସଂଖ୍ୟା ୨୩୭ ରହିଛି ଏବଂ ବହୁମତ ସଂଖ୍ୟା ୧୧୯ ରହିଛି ।
ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଆସାମରୁ ରାମେଶ୍ୱର ତେଲି ଏବଂ ମିଶନ ରଞ୍ଜନ ଦାସ, ବିହାରରୁ ମନନ କୁମାର ମିଶ୍ରା, ହରିୟାଣାରୁ କିରଣ ଚୌଧୁରୀ, ମଧ୍ୟପ୍ରଦେଶରୁ ଜର୍ଜ କୁରିୟନ, ମହାରାଷ୍ଟ୍ରରୁ ଧୈର୍ଯ୍ୟଶୀଳ ପାଟିଲ, ଓଡ଼ିଶାରୁ ମମତା ମହାନ୍ତ, ରାଜସ୍ଥାନରୁ ରବନୀତ ସିଂହ ବିଟ୍ଟୁ ଏବଂ ତ୍ରିପୁରାରୁ ରାଜୀବ ଭଟ୍ଟାଚାର୍ଯ୍ୟ ସାମିଲ ଅଛନ୍ତି । ଏହା ବ୍ୟତୀତ ସହଯୋଗୀ ଦଳରୁ ମହାରାଷ୍ଟ୍ରର ଅଜିତ୍ ପାୱାର ଗୋଷ୍ଠୀରୁ ନିତିନ ପାଟିଲ ଏବଂ ବିହାରରୁ ରାଷ୍ଟ୍ରୀୟ ଲୋକ ମାର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହ ମଧ୍ୟ ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । କଂଗ୍ରେସର ଅଭିଷେକ ମନୁ ସିଙ୍ଘଭୀ ତେଲଙ୍ଗାନାରୁ ନିର୍ବାଚିତ ହୋଇଛନ୍ତି ।