ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘ ବର୍ଷ ହେବ ଭାରତର ଅଗ୍ରଣୀ ଅଙ୍କୋଲୋଜି ପ୍ରତିଷ୍ଠାନ ଭାବେ ଗୁଣାତ୍ମକ ସେବା ଓ ସୁବିଧା କ୍ୟାନ୍‌ସର ରୋଗୀମାନଙ୍କୁ ଯୋଗାଇ ଆସୁଥିବାରୁ ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥା କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଏମ୍‌ସିକୁ ଏକ ସ୍ବତନ୍ତ୍ର ଉତ୍ସବରେ ଦିଆଯାଇଛି। […] The post ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ appeared first on Dharitri Odia News.

ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ବେଦାନ୍ତ ଗ୍ରୁପ୍‌ର ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି)କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟ ସମ୍ମାନ ‘କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି ଦୀର୍ଘ ବର୍ଷ ହେବ ଭାରତର ଅଗ୍ରଣୀ ଅଙ୍କୋଲୋଜି ପ୍ରତିଷ୍ଠାନ ଭାବେ ଗୁଣାତ୍ମକ ସେବା ଓ ସୁବିଧା କ୍ୟାନ୍‌ସର ରୋଗୀମାନଙ୍କୁ ଯୋଗାଇ ଆସୁଥିବାରୁ ବିଶ୍ୱସ୍ତରୀୟ ଗବେଷଣା ସଂସ୍ଥା କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଏମ୍‌ସିକୁ ଏକ ସ୍ବତନ୍ତ୍ର ଉତ୍ସବରେ ଦିଆଯାଇଛି। ଏ ସମ୍ପର୍କରେ ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଛନ୍ତି, ଏଭଳି ଏକ ସମ୍ମାନଜନକ ପୁରସ୍କାର ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଗତ ୬ ବର୍ଷ ମଧ୍ୟରେ ଆମର ବରିଷ୍ଠ କର୍ମଚାରୀ ଓ ହିତାଧିକାରୀମାନେ ନିରନ୍ତର ଭାବେ ବୈଜ୍ଞାନିକ ଜ୍ଞାନକୌଶଳର ସୁବିଧା ପାଇବାକୁ ନିଶ୍ଚିତ କରିବା ଲାଗି କଠିନ ପରିଶ୍ରମ କରୁଛନ୍ତି। ସେହିଭଳି ଆମ ଉପରେ ରୋଗୀମାନେ ସମ୍ପୂର୍ଣ୍ଣ ଭରସା କରୁଥିବାବେଳେ କ୍ୟାନ୍‌ସର ପ୍ରତିରୋଧ ଦିଗରେ ଆମେ ଯଥା ସମ୍ଭବ ପ୍ରୟାସ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ରହିଛୁ। ସେହିଭଳି ବେଦାନ୍ତ ମେଡିକାଲ ରିସର୍ଚ୍ଚ ଫାଉଣ୍ଡେଶନର ମେଡିକାଲ ଡାଇରେକ୍ଟର ଡା. ଭାବନା ସିରୋହୀ କହିଛନ୍ତି, କଲେକ୍ଟୋରାଲ କ୍ୟାନ୍‌ସର ରୋଗର ଉଦ୍‌ବେଗଜନକ ବୃଦ୍ଧିକୁ ରୋକିବା ପାଇଁ ଶୀଘ୍ର ଚିହ୍ନଟ ଓ ଜୀବନଶୈଳୀ ପସନ୍ଦ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏପରିକି ପ୍ରାଥମିକ ପର୍ଯ୍ୟାୟରେ ରୋଗର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ସର୍ବଦା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଆମେ କ୍ୟାନ୍‌ସର ପ୍ରତିରୋଧ ଓ ନିରାକରଣ ଲାଗି ରଣନୀତିମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରୁଛୁ।

The post ବିଏମ୍‌ସିକୁ କ୍ୟାନ୍‌ସର ଗ୍ରାଣ୍ଡ ଚ୍ୟାଲେଞ୍ଜେସ୍‌ ଆଓ୍ବାର୍ଡ appeared first on Dharitri Odia News.