ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ନିକଟରେ ଶେଷ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ବିଓଏମ ଅଞ୍ଚଳ କାର୍ଯ୍ୟାଳୟଠାରେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଏମ ପକ୍ଷରୁ ଭୁବନେଶ୍ୱରର ରୁପାଲି ଛକଠାରେ ଏକ ୱାକାଥନ୍‌ର ଆୟୋଜନ ସହ ଦୁର୍ନୀତି ବିରୋଧୀ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ସେହିଭଳି ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ […] The post ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ appeared first on Dharitri Odia News.

ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଭୁବନେଶ୍ୱର,୫।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସତର୍କତା ସଚେତନତା ସପ୍ତାହ ନିକଟରେ ଶେଷ ହୋଇଯାଇଛି। ଏପରିକି ୨୦୨୪ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ବିଓଏମ ଅଞ୍ଚଳ କାର୍ଯ୍ୟାଳୟଠାରେ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଏମ ପକ୍ଷରୁ ଭୁବନେଶ୍ୱରର ରୁପାଲି ଛକଠାରେ ଏକ ୱାକାଥନ୍‌ର ଆୟୋଜନ ସହ ଦୁର୍ନୀତି ବିରୋଧୀ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ସେହିଭଳି ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପଅଞ୍ଚଳ ପ୍ରବନ୍ଧକ ସଞ୍ଜୀବ କୁମାର ଦାଶ, ସିପିସି ମୁଖ୍ୟ ପ୍ରବନ୍ଧକ ରବିଶଙ୍କର କୁମାର, ଭୁବନେଶ୍ୱର ଶାଖାର ମୁଖ୍ୟ ପ୍ରବନ୍ଧକ ଦୀପକ ଦଣ୍ଡପାଟ ଏବଂ ଅଞ୍ଚଳ ସତର୍କତା ଅଧିକାରୀ ଆଶିଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପ୍ରତ୍ୟେକ କାରବାରରେ ସ୍ବଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ସହିତ ନୈତିକ ଆଚରଣରେ ସର୍ବୋଚ୍ଚ ମାନ ବଜାୟ ରଖିବା ଏବଂ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଓ ଲାଞ୍ଚ ଦେବା କିମ୍ବା ଗ୍ରହଣ କରିବା ଉପରେ ସଚେତନତା ସୃଷ୍ଟି କରିବା ଏହି ୱାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

The post ବିଓଏମ୍‌ ପକ୍ଷରୁ ସତର୍କତା ସଚେତନତା ସପ୍ତାହ appeared first on Dharitri Odia News.