ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର ନିର୍ଦ୍ଦେଶକ ପ୍ରଜ୍ଞାସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରାଙ୍କ ସମେତ ଶାଖା ପ୍ରବନ୍ଧକ ସୌମ୍ୟରଞ୍ଜନ ବିନ୍ଧାଣି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏପରିକି ଏହା ବିଶେଷକରି ଗ୍ରାହକ ସେବାକୁ ଅଧିକ […] The post ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.

ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ର ନୂତନ ଶାଖା ନିକଟରେ କଟକ ନିକଟସ୍ଥ ଗୋପାଳପୁରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଅର୍ଥ ବିଭାଗର ନିର୍ଦ୍ଦେଶକ ପ୍ରଜ୍ଞାସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳର ଅଞ୍ଚଳ ପ୍ରବନ୍ଧକ ଆଲୋକ କୁମାର ମିଶ୍ରାଙ୍କ ସମେତ ଶାଖା ପ୍ରବନ୍ଧକ ସୌମ୍ୟରଞ୍ଜନ ବିନ୍ଧାଣି ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏପରିକି ଏହା ବିଶେଷକରି ଗ୍ରାହକ ସେବାକୁ ଅଧିକ ସୁଗମ କରିବା ସହ ଋଣ ବିତରଣରେ ମଧ୍ୟ ଉନ୍ନତି ଆଣିବ ଏବଂ ଖୁଚୁରା, କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡିକ ପାଇଁ ଟର୍ନ ଆରାଉଣ୍ଡ ଟାଇମ୍‌ (ଟିଏଟି) ହ୍ରାସ କରିବ। ଏହାଦ୍ୱାରା ଗ୍ରାହକ ସନ୍ତୁଷ୍ଟି ଅଧିକ ବୃଦ୍ଧି ପାଇବ। ସେହିଭଳି ବିଓଏମ୍‌ ଭୁବନେଶ୍ୱର ଅଞ୍ଚଳରେ ଏହାର ଉପସ୍ଥିତି ଜାହିର କରିବା ସହ ଗ୍ରାହକଙ୍କ ନିକଟତର ହେବା ପାଇଁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି। ସେହିପରି ଶାଖା ଏବଂ ଅନ୍ୟାନ୍ୟ ଚ୍ୟାନେଲଗୁଡିକର ଦ୍ରୁତ ବିସ୍ତାରିତ ନେଟ୍‌ୱର୍କ ମାଧ୍ୟମରେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇଦେବାରେ ଏହା ବେଶ୍‌ ସହଯୋଗ କରିବ ବୋଲି ସେ କହିଛନ୍ତି।

The post ବିଓଏମ୍‌ର ନୂତନ ଶାଖା ଉଦ୍‌ଘାଟିତ appeared first on Dharitri Odia News.