୫ବର୍ଷର ଝିଅକୁ ମାରି ଆତ୍ମହତ୍ୟା କଲେ ବାପା, ବନ୍ଦ ଘର ଭିତରୁ ମିଳିଲା ମୃତଦେହ

ନୟାଗଡ଼,୨୫।୭(ଲୋକନାଥ ମିଶ୍ର): ବନ୍ଦ ଘର ଭିତରୁ ମିଳିଛି ବାପା-ଝିଅଙ୍କ ମୃତଦେହ। ୫ବର୍ଷର ଝିଅଙ୍କୁ ମାରି ନିଜେ ଝୁଲି ପଡିଲେ ବାପା। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନ ଥାନା ନୟାଗଡ଼ ସହରର ଦେବୋତ୍ତର ଲେନ ୪/୧ ରେ। ସେହି ଲେନ୍‌ର ୬ନଂ ଘର ଭିତରୁ ବାପା ପୁଲକ ବିଶ୍ୱାଳ ଓ ୫ ବର୍ଷର ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିଛି ପୋଲିସ। ବାପାଙ୍କର ମୃତଦେହ ଝୁଲନ୍ତା […] The post ୫ବର୍ଷର ଝିଅକୁ ମାରି ଆତ୍ମହତ୍ୟା କଲେ ବାପା, ବନ୍ଦ ଘର ଭିତରୁ ମିଳିଲା ମୃତଦେହ appeared first on Dharitri Odia News.

୫ବର୍ଷର ଝିଅକୁ ମାରି ଆତ୍ମହତ୍ୟା କଲେ ବାପା, ବନ୍ଦ ଘର ଭିତରୁ ମିଳିଲା ମୃତଦେହ

ନୟାଗଡ଼,୨୫।୭(ଲୋକନାଥ ମିଶ୍ର): ବନ୍ଦ ଘର ଭିତରୁ ମିଳିଛି ବାପା-ଝିଅଙ୍କ ମୃତଦେହ। ୫ବର୍ଷର ଝିଅଙ୍କୁ ମାରି ନିଜେ ଝୁଲି ପଡିଲେ ବାପା। ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଟାଉନ ଥାନା ନୟାଗଡ଼ ସହରର ଦେବୋତ୍ତର ଲେନ ୪/୧ ରେ। ସେହି ଲେନ୍‌ର ୬ନଂ ଘର ଭିତରୁ ବାପା ପୁଲକ ବିଶ୍ୱାଳ ଓ ୫ ବର୍ଷର ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିଛି ପୋଲିସ। ବାପାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ଉଦ୍ଧାର ହୋଇଥିବାବେଳେ ୫ ବର୍ଷର ଝିଅର ମୃତଦେହ ବେଡ ଉପରୁ ଅନୁରୂପ ଭାବେ ଉଦ୍ଧାର ହୋଇଛି। ଛୋଟ ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସୂଚନାଥାଉ କି, ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ୩ ମାସ ପୂର୍ବେ ୨ୟ ବିବାହ କରିଥିଲେ ମୃତ ବାପା।

The post ୫ବର୍ଷର ଝିଅକୁ ମାରି ଆତ୍ମହତ୍ୟା କଲେ ବାପା, ବନ୍ଦ ଘର ଭିତରୁ ମିଳିଲା ମୃତଦେହ appeared first on Dharitri Odia News.