ବିକଶିତ କୃଷି ସଂକଳ୍ପ ଅଭିଯାନ

କର୍ଲାମୁଣ୍ଡା,୬ା୬ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଙ୍ଗାଲି ଓ ଗଜବାହାଲଠାରେ କୃଷି ବିଭାଗ ପକ୍ଷରୁ ଶୁକ୍ରବାର ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲିଠାରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ରିଞ୍ଜା ସରପଞ୍ଚ ପୂର୍ଣ୍ଣମୀ ମାଝୀ, ସମିତି ସଭ୍ୟ ଆନନ୍ଦ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କୃଷି ବୈଜ୍ଞାନିକ ବିନୋଦ ଜେନା ଓ ସ୍ବରାଜ ମେହେର, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଏଏଓ କୁମାର […] The post ବିକଶିତ କୃଷି ସଂକଳ୍ପ ଅଭିଯାନ appeared first on Dharitri Odia News.

ବିକଶିତ କୃଷି ସଂକଳ୍ପ ଅଭିଯାନ

କର୍ଲାମୁଣ୍ଡା,୬ା୬ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଙ୍ଗାଲି ଓ ଗଜବାହାଲଠାରେ କୃଷି ବିଭାଗ ପକ୍ଷରୁ ଶୁକ୍ରବାର ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରେଙ୍ଗାଲିଠାରେ ଆୟୋଜିତ ସଭାରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା, ରିଞ୍ଜା ସରପଞ୍ଚ ପୂର୍ଣ୍ଣମୀ ମାଝୀ, ସମିତି ସଭ୍ୟ ଆନନ୍ଦ ନାଗ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କୃଷି ବୈଜ୍ଞାନିକ ବିନୋଦ ଜେନା ଓ ସ୍ବରାଜ ମେହେର, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ଏଏଓ କୁମାର ଚିରଞ୍ଜୀବ, ଇଫ୍‌କୋ କର୍ମଚାରୀ ମାନସ ଟକରିଆ ପ୍ରମୁଖ ଯୋଗଦେଇ ଚାଷୀଙ୍କୁ ଖରିଫ ଫସଲର ସଦ୍ୟତମ ପ୍ରଯୁକ୍ତି ସୂଚନା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଆଧାରିତ ଫସଲ ଚୟନ, ଅଧିକରୁ ଅଧିକ ଚାଷୀଙ୍କ ନିକଟରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଆଦି ବିଷୟରେ ଆଲୋଚନା କରିଥିଲେ। ଶ୍ରୀଅନ୍ନ ଅଭିଯାନର ଅତିରିକ୍ତ ବ୍ଲକ୍‌ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ। ସେହିପରି ଗଜବାହାଲ ପଞ୍ଚାୟତ ସଭାଗୃହଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର ଅତିଥି ଭାବେ ଯୋଗଦେଇଥିଲେ। ଜିଲା ତଥା ବ୍ଲକ୍‌ସ୍ତରୀୟ ଅଧିକାରୀ ଯୋଗଦେଇ କୃଷକମାନଙ୍କୁ ଚାଷ ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏଥିରେ ଶ୍ରୀଅନ୍ନ ଅଭିଯାନର ବ୍ଲକ୍‌ ସଂଯୋଜକ ଜଗଦୀଶ ପ୍ରସାଦ ରଣା ସଂଯୋଜନା କରିଥିଲେ।

The post ବିକଶିତ କୃଷି ସଂକଳ୍ପ ଅଭିଯାନ appeared first on Dharitri Odia News.