ରତାମାଟି ଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ
ନିରାକାରପୁର,୧୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ରତାମାଟି ଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଏକଦିବସୀୟ ମହାଯଜ୍ଞ ଉପଲକ୍ଷେ ଗ୍ରାମର ବହୁ ମହିଳା ପୁରୁଷ ବ୍ରତଧାରୀ ନିକଟ ଜଳାଶୟରୁ ଜଳଯାତ୍ରାକରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ପରେ ଅଗ୍ନିସ୍ଥାପନା, ସୂର୍ଯ୍ୟପୂଜା, ଗୋପୂଜା ଆଦି ହୋଇଥିଲା। ଜଗତ ମଙ୍ଗଳ ଉଦ୍ଦେଶ୍ୟରେ ଆହୂତ ପ୍ରଦାନ କରାଯାଇଥିଲା। ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। […] The post ରତାମାଟି ଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ appeared first on Dharitri Odia News.
ନିରାକାରପୁର,୧୪ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ମକର ସଂକ୍ରାନ୍ତି ଅବସରରେ ସ୍ଥାନୀୟ ରତାମାଟି ଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଏକଦିବସୀୟ ମହାଯଜ୍ଞ ଉପଲକ୍ଷେ ଗ୍ରାମର ବହୁ ମହିଳା ପୁରୁଷ ବ୍ରତଧାରୀ ନିକଟ ଜଳାଶୟରୁ ଜଳଯାତ୍ରାକରି ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ। ପରେ ଅଗ୍ନିସ୍ଥାପନା, ସୂର୍ଯ୍ୟପୂଜା, ଗୋପୂଜା ଆଦି ହୋଇଥିଲା। ଜଗତ ମଙ୍ଗଳ ଉଦ୍ଦେଶ୍ୟରେ ଆହୂତ ପ୍ରଦାନ କରାଯାଇଥିଲା। ହରିବୋଲ, ହୁଳହୁଳି ଓ ନାମ ସଂକୀର୍ତ୍ତନରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରମେଶ ଚନ୍ଦ୍ର ସ୍ବାଇଁ, ରମେଶ ଚନ୍ଦ୍ର ମହାପାତ୍ର, ବିଜୟ ବିଶୋଇ, ସୁବାସ ମହାପାତ୍ର, ଆନନ୍ଦ ଚନ୍ଦ୍ର ଦାଶ, ରାମଚନ୍ଦ୍ର ପ୍ରଧାନ, ଅଭିମନ୍ୟୁ ବାରିକଙ୍କ ସମେତ ଗ୍ରାମବାସୀ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।
The post ରତାମାଟି ଗ୍ରାମର ଇଷ୍ଟଦେବ ଶ୍ରୀଅନନ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ appeared first on Dharitri Odia News.