ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା
ଭଞ୍ଜନଗର,୧୨ା୬(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଗୁରୁବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବରିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାୟକ […] The post ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା appeared first on Dharitri Odia News.
ଭଞ୍ଜନଗର,୧୨ା୬(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ହୋଇଛି। ତେଣୁ ଗୁରୁବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟରୁ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ହଲାଇ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ବ୍ଲକ ଅଧ୍ୟକ୍ଷ ନରି ସଭା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବରିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ବାହନ ବ୍ଲକର ପ୍ରତ୍ୟେକ ଗ୍ରାମରେ ପହଞ୍ଚି ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କ ଏକ ବର୍ଷର ବିକାଶ କଥା ପ୍ରଚାର କରିବ। ଆଜି ଡିହପଢ଼ାଲ ଏବଂ ଗୋଲାପଡ଼ା ଠାରେ ଏନେଇ ଦୁଇଟି ସଭା ହୋଇଥିଲା। ଡିହପଢ଼ାଲ ସଭାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ କହିଥିଲେ। ଏଥିସହ ବିଭିନ୍ନ ହିତାଧିକାରୀଙ୍କୁ
ରାଶନକାର୍ଡ, ଜବ କାର୍ଡ ବଣ୍ଟନ କରାଯାଇଥିଲା। ଅନେକ ଲୋକଙ୍କ ଆଧାର କାର୍ଡ ସଂଶୋଧନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ ସହ ଜଙ୍ଗଲ ବିଭାଗ ପକ୍ଷରୁ ଚାରା ବଣ୍ଟନ ହୋଇଥିଲା। ଏହାପରେ ଗୋଲାପଡ଼ା ପଞ୍ଚାୟତରେ ଆଉ ଏକ କାର୍ଯ୍ୟକ୍ରମ ହୋଇଥିଲା। ଆୟୋଜିତ ସଭା ଗୁଡ଼ିକରେ ଜିଲା ପରିଷଦ ଏମପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ,ଡିହପଢାଲ ସରପଞ୍ଚ ରୋଜି ବାରାଡ଼, ଗୋଲପଡ଼ା ସରପଞ୍ଚ ସୁକାନ୍ତ ମଲ୍ଲିକ, ବନପାଳ
ବବୁଲ ସେଠୀ, ସାନୁଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଅପରାହ୍ନରେ ଭାଜପା ଗାଲେରି ମଣ୍ଡଳ ପକ୍ଷରୁ ସୋରିଷମୁଳୀ ଡାକ ବଙ୍ଗଳାଠାରେ ରାଜ୍ୟରେ ଭାଜପା ସରକାରର ଏକ ବର୍ଷ ଶାସନ ଅବସରରେ ଏକ ସଭା ହୋଇଥିଲା। ଏଥିରେ ବିଧାୟକ ନାୟକ ସମେତ ଭାଜପା ନେତା ଧବଳେଶ୍ୱର ମାଝୀ, ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
The post ବିକାଶ ବାହନ ଯାତ୍ରାର ଶୁଭାରମ୍ଭ: ଘରେ ଘରେ ପହଞ୍ଚିବ ବିକାଶର ବାର୍ତ୍ତା appeared first on Dharitri Odia News.