ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ, ଆଦେଶ ଜାରି

ନୂଆଦିଲ୍ଲୀ ୨୮।୬: ଭାରତକୁ ନୂଆ ବୈଦେଶିକ ସଚିବ ମିଳିଛନ୍ତି। ସରକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ପରବର୍ତ୍ତୀ ବୈଦେଶିକ ସଚିବ ନିଯୁକ୍ତ କରିଛନ୍ତି। ସେ ଜୁଲାଇ ୧୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବେ। ଏବେ ବିନୟ ମୋହନ କ୍ୱାତ୍ରା ଭାରତର ବୈଦେଶିକ ସଚିବ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ସମାପ୍ତ  ହୋଇଥିଲା। ତେବେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇ ଦେଇଥିଲେ। ବିନୟ ମୋହନ କ୍ୱାତ୍ରା ୩୦ ଏପ୍ରିଲ ୨୦୨୨ରେ ବୈଦେଶିକ ସଚିବ ଭାବେ ଦାୟିତ୍ୱଗ୍ରହଣ କରିଥିଲେ। ସରକାରଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ଡେପୁଟି ଏନଏସଏ ବିକ୍ରମ ମିଶ୍ରି ବିଦେଶ ସଚିବ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିକ୍ରମ ମିଶ୍ରି ୧୯୮୯ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫଏସ୍) ଅଧିକାରୀ। ସରକାରୀ ଆଦେଶ ଅନୁସାରେ ମନିକା ଜୈନଙ୍କୁ ରୋମାନିଆରେ ଭାରତର ରାଜଦୂତ ନିଯୁକ୍ତ କରାଯାଇଛି। ମନିକା ଜୈନ ଏବେ ବୈଦେଶିକ ମନ୍ତ୍ରାଳୟରେ ଅପର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏ ବାବଦେ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ ମନିକା ଜୈନ ଖୁବଶୀଘ୍ର ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବେ। 

ବିକ୍ରମ ମିଶ୍ରି ହେବେ ଭାରତର ନୂଆ ବୈଦେଶିକ ସଚିବ, ଆଦେଶ ଜାରି

ନୂଆଦିଲ୍ଲୀ ୨୮।୬: ଭାରତକୁ ନୂଆ ବୈଦେଶିକ ସଚିବ ମିଳିଛନ୍ତି। ସରକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କୁ ପରବର୍ତ୍ତୀ ବୈଦେଶିକ ସଚିବ ନିଯୁକ୍ତ କରିଛନ୍ତି। ସେ ଜୁଲାଇ ୧୫ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବେ। ଏବେ ବିନୟ ମୋହନ କ୍ୱାତ୍ରା ଭାରତର ବୈଦେଶିକ ସଚିବ ଅଛନ୍ତି। ତାଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ସମାପ୍ତ  ହୋଇଥିଲା। ତେବେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ବଢାଇ ଦେଇଥିଲେ। 

ବିନୟ ମୋହନ କ୍ୱାତ୍ରା ୩୦ ଏପ୍ରିଲ ୨୦୨୨ରେ ବୈଦେଶିକ ସଚିବ ଭାବେ ଦାୟିତ୍ୱଗ୍ରହଣ କରିଥିଲେ। ସରକାରଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ ଡେପୁଟି ଏନଏସଏ ବିକ୍ରମ ମିଶ୍ରି ବିଦେଶ ସଚିବ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିକ୍ରମ ମିଶ୍ରି ୧୯୮୯ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫଏସ୍) ଅଧିକାରୀ। ସରକାରୀ ଆଦେଶ ଅନୁସାରେ ମନିକା ଜୈନଙ୍କୁ ରୋମାନିଆରେ ଭାରତର ରାଜଦୂତ ନିଯୁକ୍ତ କରାଯାଇଛି। 

ମନିକା ଜୈନ ଏବେ ବୈଦେଶିକ ମନ୍ତ୍ରାଳୟରେ ଅପର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏ ବାବଦେ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ ମନିକା ଜୈନ ଖୁବଶୀଘ୍ର ତାଙ୍କର ନୂଆ ଦାୟିତ୍ୱ ଗ୍ରହଣ କରିବେ।