ବିଗିଡ଼ିଲା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା, ରାତି ଅଧରେ ହସ୍ପିଟାଲରେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

ବିଗିଡ଼ିଲା ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା, ରାତି ଅଧରେ ହସ୍ପିଟାଲରେ ଭର୍ତ୍ତି

ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି । ରଜନୀକାନ୍ତଙ୍କର ହୃଦଘାତ ଜନିତ ସମସ୍ୟା ଥିବାରୁ ହୃଦ୍‌ରୋଗ ବିଶେଷଜ୍ଞଙ୍କଠାରୁ ଅନୁମତି ନିଆଯାଇଛି । ଆଜି ତାଙ୍କ ଡାକ୍ତରୀ ପରୀକ୍ଷା କରାଯିବ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସେ ଡିସଚାର୍ଜ ହୋଇପାରନ୍ତି।

ପଢନ୍ତୁ ଏହି ଖବର: ଅମିତାଭ ଖୋଲିଲେ ଫିଟ୍‌ନେସ୍ ରାଜ୍; କହିଲେ ଏହି ପତ୍ରରୁ ସେ ଆରମ୍ଭ କରନ୍ତି ଦିନ

ରଜନୀକାନ୍ତ ଅସୁସ୍ଥ ଥିବା ନେଇ ଖବର ପ୍ରସାରିତ ହେବା ପରେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି ଫ୍ୟାନ୍ସ । ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।ତେବେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ଆସନ୍ତା ଅକ୍ଟୋବର ୧୦ରେ ରଜନୀକନ୍ତଙ୍କ ଅଭିନୀତ ତାମିଲ ଫିଲ୍ମ 'ଭେଟ୍ଟିୟାନ' ରିଲିଜ ହେବ । ହେଲେ ହଠାତ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି।  ବର୍ତ୍ତମାନ ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବ ନା ନାହିଁ ସେନେଇ କିଛି ସ୍ପଷ୍ଟତା ମିଳିନି। ସେହିପରି ଲୋକେଶ କନଗରାଜଙ୍କ 'କୁଲି' ଫିଲ୍ମର ସୁଟିଂ ଜାରି ରହିଛି । ଏହି ଫିଲ୍ମରେ ବି ନଜର ଆସିବେ ରଜନୀକାନ୍ତ । ଏହି ଫିଲ୍ମ ରିଲିଜ୍‌ ହେବା ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ ।

୧୨ ଡିସେମ୍ବର ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ ତାମିଲ ସୁପରଷ୍ଟାର। ୧୯୭୫ରେ ସେ 'ଅପୂର୍ବ ରାଙ୍ଗଗଲ'ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଅଭିନୟର ଯାଦୁ କେବଳ ସାଉଥ ଇଣ୍ତଷ୍ଟ୍ରିରେ ସୀମିତ ନାହିଁ।, ବଲିଉଡ୍ ରେ ମଧ୍ୟ ତାଙ୍କର ଜଲଓ୍ବା ଦେଖିଛନ୍ତି ଦର୍ଶକ। ୨୦୦୦ ମସିହାରେ ରଜନୀକାନ୍ତଙ୍କୁ ପଦ୍ମ ଭୂଷଣ ଏବଂ ୨୦୧୬ ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ନିଜର ଦମଦାର ଅଭିନୟ ପାଇଁ ସେ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି।

ପଢନ୍ତୁ ଏହି ଖବର: ‘ଦେବରା’ କାହାଣୀରେ କିଛି ନୂଆ ନାହିଁ; ଜୁନିଅର ଏନ୍‌ଟିଆର୍‌ଙ୍କ କଟ୍‌ଆଉଟ୍‌କୁ ପୋଡ଼ିଦେଲେ ଲୋକେ