ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି

କୁହୁଡ଼ି ସାଙ୍ଗକୁ ବିଗୁଡୁଛି ଏୟାର କ୍ୱାଲିଟି। ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।

ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି

କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା'ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ବାୟୁର ପ୍ରଦୂଷଣ ମାତ୍ରା ବଢ଼ୁଥିବା ବେଳେ ଦିଲ୍ଲୀ ଏନ୍‌ସିଆର୍‌ରେ ବେଆଇନ ନିର୍ମାଣ କାମ ଉପରେ ବ୍ୟାନ୍‌ ଲଗାଯାଇଛି। କେବଳ ସେତିକି ନୁହେଁ ବିଏସ୍‌-୩ ପେଟ୍ରୋଲ ଓ ବିଏସ୍‌-୪ ଡିଜେଲ ଚାରି ଚକିଆ ବାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି ସରକାର।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଆଜି ସକାଳେ ଅନେକ ଅଞ୍ଚଳରେ ଗୁରୁତର ବର୍ଗରେ ପହଞ୍ଚିଛି। ଆନନ୍ଦ ବିହାରରେ AQI 478, JLN ରେ 465, IGI ବିମାନବନ୍ଦରରେ 465, ITO ଦିଲ୍ଲୀରେ 455 ଥିବା ରେକର୍ଡ କରାଯାଇଛି।

ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଗାମୀ କିଛି ଦିନ ପାଇଁ ଦିଲ୍ଲୀ ଏନ୍‌ସିଆର୍‌ରେ ସମସ୍ତ ବେଆଇନ ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କିଛି ଗାଡି ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ସରକାରଙ୍କୁ କୁହାଯାଇଛି।