ବିଗୁଡୁଛି ଦିଲ୍ଲୀର ସ୍ଥିତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ବାୟୁପ୍ରଦୁଷଣ । ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଆଜି ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ପାର ହୋଇସାରିଲାଣି ଏକୁ୍ୟଆଇ । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମରେ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ । ଦିଲ୍ଲୀର ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ୟ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଜାଣନ୍ତୁ […] The post ବିଗୁଡୁଛି ଦିଲ୍ଲୀର ସ୍ଥିତି appeared first on Dharitri Odia News.

ବିଗୁଡୁଛି ଦିଲ୍ଲୀର ସ୍ଥିତି

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଦିଲ୍ଲୀର ବାୟୁପ୍ରଦୁଷଣ । ସାଙ୍ଘାତିକ ହେବାରେ ଲାଗିଛି ସ୍ଥିତି । ଆଜି ଦିଲ୍ଲୀର ଅନେକ ସ୍ଥାନରେ ୫୦୦ ପାର ହୋଇସାରିଲାଣି ଏକୁ୍ୟଆଇ । ସ୍ଥିତିକୁ ନଜରରେ ରଖି ନୋଏଡା ଓ ଗୁରୁଗ୍ରାମରେ ଅନ୍ଲାଇନ୍ କ୍ଲାସ ପାଇଁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ୟୁନିଭର୍ସିଟି ଓ ଜେଏନ୍ୟୁରେ ମଧ୍ୟ ଅନ୍ଲାଇନ୍ କ୍ଲାସ କରାଯିବ । ଦିଲ୍ଲୀର ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ୟ୍ୟାଳୟର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଜାଣନ୍ତୁ କ’ଣ କ’ଣ ପରିବର୍ତ୍ତନ ହୋଇଚି । ଏମ୍ସିଡି କାର୍ୟ୍ୟାଳୟ ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ଏହା ସହ ଦିଲ୍ଲୀ ସରକାରଙ୍କ ଅନ୍ୟ ସବୁ କାର୍ୟ୍ୟାଳୟ ସକାଳ ୧୦ଟାରୁ ସଂଧ୍ୟା ୬ଟା ୩୦ ପର୍ୟ୍ୟନ୍ତ ଖୋଲା ରହିବ। ପ୍ରଦୂଷଣକୁ ନଜରରେ ରଖି ସରକାରୀ କାର୍ୟ୍ୟାଳୟ ଅଲଗା ଅଲଗା ସମୟରେ ଖୋଲିବା ଓ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ପ୍ରଦୂଷଣକାରୀ ଗାଡ଼ି ଓ କାର୍ୟ୍ୟକଳାପ ଉପରେ କଡ଼ା କଟକଣା ଜାରି କରାଯାଇଛି । ସହରରେ ଘନ କୁହୁଡ଼ି ଯୋଗୁଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଆପ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଧୂଆଁ ମୁକାବିଲା ପାଇଁ ରାଜଧାନୀରେ କୃତ୍ରିମ ବର୍ଷା ଛିଞ୍ଚିବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁଛନ୍ତି।ଏହାଛଡ଼ା ଆମେ ଅନେକ ବିଶେଷଜ୍ଞଙ୍କ ସହ କଥା ହୋଇଥିଲୁ । ଏଥିପାଇଁ ମୁଁ ପୁଣି ଥରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଏକ ଚିଠି ଲେଖିଛି ବୋଲି ଗୋପାଳ ରାୟ ସୂଚନା ଦେଇଛନ୍ତି।

The post ବିଗୁଡୁଛି ଦିଲ୍ଲୀର ସ୍ଥିତି appeared first on Dharitri Odia News.