ବିଛଣାରେ ଚୁପ୍ ଚାପ୍ ଶୋଇ ରହିଛି ଝିଅ, ବୁଝୁନି ଏ ମା’ ମନ
କୁନି ଝିଅଟା । କଅଁଳ ବୟସ । ଖେଳକୁଦ ଆନନ୍ଦ ଉଲ୍ଲାସରେ କଟୁଥିଲା ତା’ର ଦିନ। ଖୁବ ନାଚୁଥିଲା, ସାଙ୍ଗ ମାନଙ୍କ ସହ ଅନେକ ଉଚ୍ଚାରୁ ତଳକୁ ହେଉଁଥିଲା l କିନ୍ତୁ ଏବେ ନା ସେ ମା’ ମା’ ବୋଲି ଡାକୁଛି । ନା କୌଣସି ଜିନିଷ ପାଇଁ ଜିଦ୍ ଧରୁଛି । ବାସ୍ ….ବିଛଣାରେ ଚୁପ୍ ଚାପ୍ ଶୋଇରହିଛି । ହେଲେ ଏ ମା’ ମନ କଣ ବୁଝୁଛି । ମୋ କଥା କୁହା କଣ୍ଢେଇ […] The post ବିଛଣାରେ ଚୁପ୍ ଚାପ୍ ଶୋଇ ରହିଛି ଝିଅ, ବୁଝୁନି ଏ ମା’ ମନ appeared first on KNews Odisha.

କୁନି ଝିଅଟା । କଅଁଳ ବୟସ । ଖେଳକୁଦ ଆନନ୍ଦ ଉଲ୍ଲାସରେ କଟୁଥିଲା ତା’ର ଦିନ। ଖୁବ ନାଚୁଥିଲା, ସାଙ୍ଗ ମାନଙ୍କ ସହ ଅନେକ ଉଚ୍ଚାରୁ ତଳକୁ ହେଉଁଥିଲା l କିନ୍ତୁ ଏବେ ନା ସେ ମା’ ମା’ ବୋଲି ଡାକୁଛି । ନା କୌଣସି ଜିନିଷ ପାଇଁ ଜିଦ୍ ଧରୁଛି । ବାସ୍ ….ବିଛଣାରେ ଚୁପ୍ ଚାପ୍ ଶୋଇରହିଛି । ହେଲେ ଏ ମା’ ମନ କଣ ବୁଝୁଛି । ମୋ କଥା କୁହା କଣ୍ଢେଇ ଟା ଆଉ କାହିଁ ହଲଚଲ ହଉନି ବୋଲି କହି ଭୋ ଭୋ ହୋଇ କାନ୍ଦୁଛି l
ଖାଲି ମା’ ନୁହେଁ ଘର ଆଗରେ ଥୁଆ ହୋଇଥିବା ସାଇକେଲ ବି ମୁହଁ ଶୁଖାଇ ମନ ଦୁଃଖରେ ରହିଛି l କାହଁକି ନା ତା ସାଙ୍ଗ ତାକୁ ଧରି ଆଉ ବୁଲୁନି କି ତା ଉପରେ ଆଉ ବସୁନି l ସାଙ୍ଗ ଅସୁସ୍ଥ ଅଛି ବୋଲି ନିର୍ଜୀଵ ହେଲେବି ଅନୁଭବ କରିପାରୁଥିବା କଥା କହିଲେ ଭୁଲ୍ ହେବନି । ଏମିତି କିଛି ଦୁଃଖଦ ଘଟଣା ଏହି ଭୁବନେଶ୍ବରରେ ଦେଖିବାକୁ ମିଳିଛି ।
ଆପଣମାନେ ଏଇ ମା’ର କଷ୍ଟ ଦେଖିଲେ ମୁଣ୍ଡ ଉପରେ ଥିବା ଆକଶଟା ଛିଡ଼ି ପଡ଼ିଲା ପରି ଲାଗିବ । ଘର ଭିତରେ ଛୋଟିଆ ଖଟ ଟିଏ ପଡିଥାଏ l ତା ଉପରେ କୁନି ଝିଅଟିଏ ଦେହର ଅଳ୍ପ ଅଂଶ ଘୋଡେଇ ହୋଇ ଶୋଇ ଥାଏ l ସେହି କୁନି ଝିଅଟି ନାମ ମିସ୍କି l ବୟସ ଆଠ ନଅ ବର୍ଷ ହେବ l ସବୁବେଳେ ହସଖୁସିରେ ବୁଲୁ ଥାଏ ନାଚୁ ଥାଏ ଖେଳୁ ଥାଏ l ହେଲେ ଆଜି କାହିଁକି ଜୀବ ଥାଉ ଥାଉ ନିରବୀ ଯାଇଛି କେଜାଣି l ନା ଆଉ ଖେଳୁଛି ନା ମାମା ର ଡାକ ଶୁଣୁଛି l ପାଖରେ ବସିଛି ମା’ଟି ଆଖି ଲୁହ ତାର ଓଠ ପିଉଛି l ମା ର ମନ କେଵଳ ଛୁଆଟି ଉପରେ l ପାଖରେ ବସି କେତେବେଳେ ମୁଣ୍ଡ ଆଉଁଶୀ ଦେଉଛି ତ ଆଉ କେତେବେଳେ ବେଡ଼ ଟି ସଜାଡି ଦେଉଛି l ଆଉ ଝିଅର ଔଷଧ ସରଞ୍ଜାମ ଗୁଡିକ ତନ ତନ କରି ଦେଖୁଛି l ଝିଅ ମିସ୍କି କେବେ ଭଲ ହେବ ତା’ ବାପା ଆଉ ମା ଓ ଗୋଟିଏ ଛୋଟ ଭଉଣୀ ପ୍ରତ୍ୟେକ ମୁହୂର୍ତ୍ତ ରେ ପ୍ରମାଦ ଗଣୁଛନ୍ତି l
ବାପା ବାବୁଲା ସାହୁ ଅନେକ ଦିନ ତଳୁ ପୁରୀ ଜିଲ୍ଲା ନିମାପଡା ଗୋପ ଗାଁ ଛାଡି ଭୁବନେଶ୍ୱର ଆସି ଥିଲେ ଦୁଃଖ କଷ୍ଟ କରି ଜୀବନ ଜୀବିକା ନିର୍ବାହ କରିବା ପାଇଁ l ବାପ ବାବୁଲା ସାହୁ ପର ହୋଟେଲ ରହି ପ୍ଲେଟ ଧୋଇ ରୋଜଗାର କରି ପେଟ ପୋଷୁ ପୋଷୁ ନିଜେ ଠେଲା ଗାଡି ଟିଏ କରି ଜଳଖିଆ ବ୍ୟବସାୟ କଲେ l ତାରି ଭିତରେ ବିବାହ କରିଥିଲେ l ବେଶ୍ ହସଖୁସିର ସଂସାର ଚାଲିଥିଲା ସଂସାର । ସେହି ଖୁସିର ସମୟରେ ଜନ୍ମ ନେଇଥିଲା ମିସ୍କି l ମିସ୍କି ଛୁଆଟି ବେଳୁ ରୋଗାଗ୍ରସ୍ତ l ବାପା ମା ମିଶି ରୋଜଗାର କରି ମିସ୍କି ର ଚିକିତ୍ସା କରାଇଲେ l ଝିଅକୁ ଏମ୍ସ ନେଇଥିଲେ ଚିକିତ୍ସା କରିବା ପାଇଁ । ଆଉ ସେମାନଙ୍କ ପାଖରେ ରଖିଲେ ଜଣେ ଯୁବକଙ୍କୁ l ଯେତେବେଳେ ମିସ୍କି ଦେହ ବହୁତ ଦେହ ଖରାପ ହେଲା l ଏମ୍ସ ରେ ଚିକିତ୍ସା କରିବା ସମୟରେ ସେମାନଙ୍କୁ ରହିବାକୁ ପଡିଲା ଚିକିତ୍ସା ପାଇଁ l ସେଠାରେ ଟିକେ ଜଗା ରଖା କରିବା ପାଇଁ ଛାଡିଲେ ସେହି ଯୁବକଙ୍କୁ l ହେଲେ ବିପଦ ସମୟରେ ବିଶ୍ୱାସରେ ବିଷ ଦେଲା ଯୁବକ । ମିସ୍କି ପାଇଁ ଔଷଧ କିଣିବା ବାହାନାରେ ବାବୁଲା ସାହୁଙ୍କଠାରୁ ଟଙ୍କା ଲୁଟି ଚାଲିଲା l ଯେତେବେଳେ ବାବୁଲା ସାହୁ ଉକ୍ତ ଯୁବଙ୍କୁ ଟଙ୍କା ହିସାବ ମାଗିଲେ ମଦ ନିଶାରେ ରୋଗୀଣା ମିସ୍କି କୁ ତଳେ ପକାଇ ଫେରାର ହୋଇ ଗଲା ଏମ୍ସ ମେଡିକାଲରୁ l ଏବେ ନିସ୍ଵ ହୋଇ ବସିଛନ୍ତି ମିସକି ବାପା ମା’ l
ତେବେ ଏମାନଙ୍କୁ ଆପଣଙ୍କ ସହାୟତା ଆବଶ୍ୟକ l ସରକାର ଏବଂ ଆପଣ ମାନଙ୍କ ସହଯୋଗ ହିଁ କୁନି ମିସକି ମୁହଁରେ ହସ ଫୁଟାଇ ପାରିବ । ତେଣୁ ସମସ୍ତେ ମିଳିମିଶି ମିସକିକୁ ସାହାଯ୍ୟ କଲେ ମିସକି ସୁସ୍ଥ ହୋଇପାରନ୍ତା ।
The post ବିଛଣାରେ ଚୁପ୍ ଚାପ୍ ଶୋଇ ରହିଛି ଝିଅ, ବୁଝୁନି ଏ ମା’ ମନ appeared first on KNews Odisha.