‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ

ଭୁବନେଶ୍ୱର,୨୩।୩(ଅସମାପିକା ସାହୁ): ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଇଲୋକେଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ […] The post ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ appeared first on Dharitri Odia News.

‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ

ଭୁବନେଶ୍ୱର,୨୩।୩(ଅସମାପିକା ସାହୁ): ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’ ଶନିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ’ର ଏହି ଚତୁର୍ଥ ସଂସ୍କରଣରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଉଦ୍ୟୋଗପତି ସଲିଲ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଇଲୋକେଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।


‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ, ଟେକ୍ନୋଲୋଜିର ଯେତେ ଅଭିବୃଦ୍ଧି ହେଲେ ବି ଯାହାର ଆବଶ୍ୟକତା ଯେମିତି ରହିଛି ତାହା ସେମିତି ରହିବ। ମଣିଷର କ୍ଷମତା ରହିଛି ସବୁ ଟେକ୍ନୋଲୋଜିକୁ ସାମ୍ନା କରିପାରିବ। ଆମେ ଭାବୁଛୁ ଆମର ବୟସ ହୋଇଗଲାଣି, ଆମେ ଟେକ୍ନୋଲୋଜି ବ୍ୟବହାର କରିପାରିବା ନାହିଁ। ମାତ୍ର ଟେକ୍ନୋଲୋଜି ସବୁ ବର୍ଗ ପାଇଁ ଉଦ୍ଦିଷ୍ଟ ବୋଲି ତଥାଗତ କହିଥିଲେ।


ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ଉଦ୍ୟୋଗୀଙ୍କୁ ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶୋଭନା ମିଶ୍ର ସଂଯୋଜନା କରିଥିଲେ। ଜେଏସ୍‌ଡ଼ବ୍ଲ୍ୟୁ, ଏମ୍‌ଜିଏମ୍‌ ମିନେରାଲ୍‌ସ ଲିମିଟେଡ୍‌, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର, ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌, କାନାର ବ୍ୟାଙ୍କ୍‌, ଇମ୍ଫା, ଏସ୍‌ବିଆଇ, ଗୁରୁକୁଳ, ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌, ମେଟ୍ରୋ ଗ୍ରୁପ୍‌ କାର୍ଯ୍ୟକ୍ରମର ସ୍ପନ୍ସର ଥିବାବେଳେ ନ୍ୟୁଜ୍‌ ୧୮ ଓଡ଼ିଆ ମିଡିଆ ପାର୍ଟନର୍‌, ଓ୍ବିଫି ଇଣ୍ଟରନେଟ୍‌ ଇଣ୍ଟରନେଟ୍‌ ପାର୍ଟନର, ଅଜନ୍ତା ଆଡ୍‌ଭାଟାଇଜର୍ସ ଆଉଟ୍‌ଡୋର୍‌ ପାର୍ଟନର ଏବଂ ସମାଜବାଦୀ ସୋସାଇଟି ପାର୍ଟନର ରହିଥିଲେ।

The post ‘ବିଜନେସ ଏମିନେନ୍ସ ଆଓ୍ବାର୍ଡ ୨୦୨୪’: ବ୍ୟବସାୟରେ ସ୍ବଚ୍ଛତା ଗୁରୁତ୍ୱ ବହନ କରେ appeared first on Dharitri Odia News.