ବିଜାପୁର ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
ରାୟପୁର ୨୩।୩: ଛତିଶଗଡ଼ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି। ଗତ ଶୁକ୍ରବାର ସୁରକ୍ଷା ବଳଙ୍କ ଏନକାଉଣ୍ଟରରେ ୨୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ମାର୍ଚ୍ଚ ରବିବାର ୨୨ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଅନେକ ବଡ଼ ନାମ ମଧ୍ୟ ଅଛନ୍ତି, ଯେଉଁଥିରେ ଆନ୍ଧ୍ର-ଓଡିଶା ବର୍ଡର (ଏଓବି) ଡିଭିଜନ ସଦସ୍ୟଙ୍କ ସମେତ ତେଲଙ୍ଗାନା ଷ୍ଟେଟ କମିଟି ସଦସ୍ୟ ମଧ୍ୟ ଅଛନ୍ତି। ସବୁଠୁ ଖାସ କଥା ହେଉଛି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣଙ୍କ ମୁଣ୍ଡରେ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସମସ୍ତେ ସିଆରପିଏଫ ଡିଆଇଜି ଦେବେନ୍ଦ୍ର ସିଂହ ନେଗୀ ଓ ଏସପିଙ୍କ ସମକ୍ଷରେ ଅସ୍ତ୍ରତ୍ୟାଗ କରିଛନ୍ତି। ବିଜାପୁରରେ ଏପର୍ଯ୍ୟନ୍ତ ୧୦୭ ଜଣ ନକ୍ସଲ ଆତ୍ମସମର୍ପଣ କଲେଣି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ପୁନର୍ବାସ ନୀତିର ନକ୍ସଲଙ୍କ ଉପରେ ପ୍ରଭାବ ପଡୁଛି। ଆତ୍ମସର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପ୍ଲାଟୁନ ସଦସ୍ୟ ଓ କେତେକ ଶୀର୍ଷ ସ୍ତରରେ ନକ୍ସଲ ନେତା ଅଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି କ୍ଷେତ୍ରରେ ସକ୍ରିୟ ଥିଲେ। ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଏପରି କେତେଜଣ ଅଛନ୍ତି ଯେଉଁମାନେ ଦୀର୍ଘ ବର୍ଷରୁ ପୋଲିସ ଓ ସୁରକ୍ଷା ବଳଙ୍କୁ ଚ୍ୟାଲେଞ୍ଜ କରିଆସୁଥିଲେ। ସେମାନଙ୍କ ଆତ୍ମସମର୍ପଣରୁ ଅଞ୍ଚଳରେ ନକ୍ସଲ ସଙ୍ଗଠନ ଦୁର
ରାୟପୁର ୨୩।୩: ଛତିଶଗଡ଼ ବିଜାପୁରରେ ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି। ଗତ ଶୁକ୍ରବାର ସୁରକ୍ଷା ବଳଙ୍କ ଏନକାଉଣ୍ଟରରେ ୨୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ମାର୍ଚ୍ଚ ରବିବାର ୨୨ ଜଣ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଅନେକ ବଡ଼ ନାମ ମଧ୍ୟ ଅଛନ୍ତି, ଯେଉଁଥିରେ ଆନ୍ଧ୍ର-ଓଡିଶା ବର୍ଡର (ଏଓବି) ଡିଭିଜନ ସଦସ୍ୟଙ୍କ ସମେତ ତେଲଙ୍ଗାନା ଷ୍ଟେଟ କମିଟି ସଦସ୍ୟ ମଧ୍ୟ ଅଛନ୍ତି।
ସବୁଠୁ ଖାସ କଥା ହେଉଛି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୬ ଜଣଙ୍କ ମୁଣ୍ଡରେ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସମସ୍ତେ ସିଆରପିଏଫ ଡିଆଇଜି ଦେବେନ୍ଦ୍ର ସିଂହ ନେଗୀ ଓ ଏସପିଙ୍କ ସମକ୍ଷରେ ଅସ୍ତ୍ରତ୍ୟାଗ କରିଛନ୍ତି। ବିଜାପୁରରେ ଏପର୍ଯ୍ୟନ୍ତ ୧୦୭ ଜଣ ନକ୍ସଲ ଆତ୍ମସମର୍ପଣ କଲେଣି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନ ଓ ସରକାରଙ୍କ ପୁନର୍ବାସ ନୀତିର ନକ୍ସଲଙ୍କ ଉପରେ ପ୍ରଭାବ ପଡୁଛି।
ଆତ୍ମସର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପ୍ଲାଟୁନ ସଦସ୍ୟ ଓ କେତେକ ଶୀର୍ଷ ସ୍ତରରେ ନକ୍ସଲ ନେତା ଅଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି କ୍ଷେତ୍ରରେ ସକ୍ରିୟ ଥିଲେ। ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଏପରି କେତେଜଣ ଅଛନ୍ତି ଯେଉଁମାନେ ଦୀର୍ଘ ବର୍ଷରୁ ପୋଲିସ ଓ ସୁରକ୍ଷା ବଳଙ୍କୁ ଚ୍ୟାଲେଞ୍ଜ କରିଆସୁଥିଲେ। ସେମାନଙ୍କ ଆତ୍ମସମର୍ପଣରୁ ଅଞ୍ଚଳରେ ନକ୍ସଲ ସଙ୍ଗଠନ ଦୁର୍ବଳ ହେଉଥିବାର ଆକଳନ କରାଯାଉଛି। ଆଗାମୀ ଦିନରେ ଆହୁରି ନକ୍ସଲ ଆତ୍ମସର୍ପଣ କରିପାରନ୍ତି ବୋଲି ପୋଲିସ ଓ ସୁରକ୍ଷା ଏଜେନ୍ସୀ ଆଶାବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ ଛତିଶଗଡରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ୨୬ ଜଣ ନକ୍ସଲ ପ୍ରାଣ ହରାଇଥିଲେ। ଏହା ପରେ ୨୨ ଜଣ ନକ୍ସଲ ଆତ୍ମସର୍ପଣ କରିଥିବା ଖବର ଆସିଛି। ଏଥିରୁ ଛତିଶଗଡ଼ର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଉଥିବା ଓ ସେମାନେ ଅନୈତିକ ଗତିବିଦ୍ଧି ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଅଗ୍ରସର ହେଉଥିବାର ଅନୁମାନ କରାଯାଉଛି।