ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ଜଣ ମାଓବାଦୀ । CRPF ଡିଆଇଜି ରାକେଶ କୁମାର, ବିଜାପୁର... The post ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ appeared first on .

ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ଜଣ ମାଓବାଦୀ । CRPF ଡିଆଇଜି ରାକେଶ କୁମାର, ବିଜାପୁର ଏସପି ଜିତେନ୍ଦ୍ର ୟାଦବଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୨୪ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୮୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପୁନର୍ବାସ, ନିଯୁକ୍ତି ଏବଂ ଶିକ୍ଷା ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି କହିଛନ୍ତି।

ଆତ୍ମସମର୍ପଣ କରିବା ପରେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁଯାୟୀ ସମସ୍ତଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ PLGAର ଟପ୍ ମାଓନେତା ରାକେଶ, PLGA ବାଟାଲିୟନ ନମ୍ବର 01 ମାଓ ଡିଭିଜନର ସଦସ୍ୟ, CNM ସଭାପତି, KMS ସଭାପତି, କଳାହାଣ୍ଡି-କେନ୍ଦୁଝର-ବଲାଙ୍ଗୀର-ନୂଆପଡ଼ା KKBN ଡିଭିଜନ ପାର୍ଟି ସଦସ୍ୟ, LOS କମାଣ୍ଡର, CNM ସଦସ୍ୟ ରହିଛନ୍ତି।

 

The post ବିଜାପୁରରେ ଆତ୍ମସମର୍ପଣ କଲେ ୨୪ ମାଓବାଦୀ appeared first on .