ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ : କିଏ ହେବେ ହ୍ବାଇଟହାଉସ ବସ୍ ?

ନନ୍ଦଘୋଷ ବ୍ୟୁରୋ : ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିଏ ହେବେ ହ୍ବାଇଟହାଉସ ବସ୍ ? ତାହାକୁ ନେଇ... The post ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ : କିଏ ହେବେ ହ୍ବାଇଟହାଉସ ବସ୍ ? appeared first on .

ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ : କିଏ ହେବେ ହ୍ବାଇଟହାଉସ ବସ୍ ?

ନନ୍ଦଘୋଷ ବ୍ୟୁରୋ : ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। କିଏ ହେବେ ହ୍ବାଇଟହାଉସ ବସ୍ ? ତାହାକୁ ନେଇ ସସପେନ୍ସ । ଶେଷ ମୁହୂର୍ତ୍ତରେ ବିଜୟ ଲାଗି ଉଦ୍ଯମ କରୁଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ ଓ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ। ଆସନ୍ତା ୫ ତାରିଖ ନିର୍ବାଚନ ଲାଗି କରୁଛନ୍ତି ପ୍ରାଣମୂର୍ଚ୍ଛା ପ୍ରଚାର। ବିଭିନ୍ନ ଜାତୀୟ ପ୍ରସଙ୍ଗ ସହ ଅନ୍ଯାନ୍ଯ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଭୋଟରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ଦୁଇ ପ୍ରାର୍ଥୀ। କମଳା ହାରିସଙ୍କ ସପକ୍ଷରେ ବି କରାଯାଇଛି ବୃହତ ରାଲି।  ୧୮୪୫ ମସିହାରୁ ଚାଲିଆସିଥିବା ନିୟମ ଅନୁସାରେ ନଭେମ୍ବର ପ୍ରଥମ ମଙ୍ଗଳବାର ହିଁ ହେବ ଭୋଟ। ବର୍ତ୍ତମାନ ସୁଦ୍ଧା ହୋଇଥିବା ସର୍ଭେରେ କମଳା ହାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ରହିଛି। ଇଲେକ୍ଟୋରାଲ କଲେଜ ଭୋଟ ସଂଖ୍ଯା ୫୩୮ ହୋଇଥିବାବେଳେ ୨୭୦ ପାଇଥିବା ପ୍ରାର୍ଥୀ ହେବେ ବିଜୟୀ। ଯଦି ୨ ପ୍ରାର୍ଥୀ ୨୬୯ ଲେଖାଏଁ ଭୋଟ ପାଆନ୍ତି ତେବେ ରାଷ୍ଟ୍ରପତି ପଦଲାଗି ପ୍ରତିନିଧି ସଭାରେ ଓ ଉପରାଷ୍ଟ୍ରପତି ଲାଗି ସିନେଟରେ ଭୋଟ ହେବ। ବିଜୟ ସମ୍ଭାବନା ଅଧିକ ରହିଥିବା ବିଭିନ୍ନ ସୁଇଙ୍ଗ୍ ଷ୍ଟେଟରେ ଦୁଇ ପ୍ରାର୍ଥୀ କରୁଛନ୍ତି ପ୍ରଚାର। ଏହି ୭ ରାଜ୍ଯ ହେଲେ ପେନସିଲଭାନିଆ, ନର୍ଥ କାରୋଲିନା, ଆରିଜୋନା, ଜର୍ଜିଆ, ମିଚିଗାଁ, ନଭଦା, ୱିସକୋନସିନ। ସେପଟେ ଶେଷ ମୁହୂର୍ତ୍ତରେ କମଳା କହିଛନ୍ତି- ସେ ୧୦୦ ନିୟୁତରୁ ଅଧିକ ଆମେରୀୟଙ୍କ ଉପରୁ କର ହ୍ରାସ କରିଛନ୍ତି। ଏହା ସହ ସେ ଟ୍ରମ୍ପଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେପଟେ ଟ୍ରମ୍ପଙ୍କ ବିଜୟ ଲାଗି ଦିଲ୍ଲୀରେ ବିଭିନ୍ନ ସାଧୁସନ୍ଥ ସଂଗଠନ ପକ୍ଷରୁ କରାଯାଇଛି ପୂଜାର୍ଚ୍ଚନା।

The post ହାର୍ଟବିଟ ବଢାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ : କିଏ ହେବେ ହ୍ବାଇଟହାଉସ ବସ୍ ? appeared first on .