ବିଜାପୁରରେ ମାଓ ହିଂସା : ସ୍ବାମୀଙ୍କ ଆଗରେ ସ୍ତ୍ରୀ ଗଳାକାଟି ହତ୍ୟା କଲେ ଲାଲ୍ ବାହିନୀ
ମାଲକାନଗିରି ୮।୧୨: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ତେଲେଙ୍ଗାନା ପୋଲିସ ଇନଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି ।ଶନିବାର ମଦେଡ ଥାନା ଅନ୍ତର୍ଗତ ଲୋଦେଡ ଗ୍ରାମର ଦମ୍ପତି ରାମାୟା ୟାଲମ ଓ ସୁକରା ୟାଲମଙ୍କୁ ମାଓବାଦୀ ମାନେ ଘରୁ ଅପହରଣ କରି ୩ କିଲୋମିଟର ଦୂର ଜଙ୍ଗଲକୁ ନେଇଥିଲେ । ରବିବାର ସକାଳେ ସ୍ବାମୀ ରାମାୟା ୟାଲମଙ୍କୁ ନକ୍ସଲ ମାନେ ବାଡିରେ ନିସ୍ତୁକ ଭାବେ ପିଟିଥିବା ବେଳେ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀ ସୁକରା ୟାଲମଙ୍କୁ ନକ୍ସଲ ମାନେ ଗଳାକାଟି ହତ୍ୟା କରିଛନ୍ତି । ମାଓବାଦୀଙ୍କ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ ବିଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କମ୍ବିଂ ଅପରେସନ ଆରମ୍ଭ କରିଛି । ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବ ।You Can Read:କାର୍ଯ୍ୟରେ ଅବହେଳା ଅଭିଯୋଗ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ନିଲମ୍ବିତ
ମାଲକାନଗିରି ୮।୧୨: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ତେଲେଙ୍ଗାନା ପୋଲିସ ଇନଫର୍ମର ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଛି ।
ଶନିବାର ମଦେଡ ଥାନା ଅନ୍ତର୍ଗତ ଲୋଦେଡ ଗ୍ରାମର ଦମ୍ପତି ରାମାୟା ୟାଲମ ଓ ସୁକରା ୟାଲମଙ୍କୁ ମାଓବାଦୀ ମାନେ ଘରୁ ଅପହରଣ କରି ୩ କିଲୋମିଟର ଦୂର ଜଙ୍ଗଲକୁ ନେଇଥିଲେ । ରବିବାର ସକାଳେ ସ୍ବାମୀ ରାମାୟା ୟାଲମଙ୍କୁ ନକ୍ସଲ ମାନେ ବାଡିରେ ନିସ୍ତୁକ ଭାବେ ପିଟିଥିବା ବେଳେ ସ୍ବାମୀଙ୍କ ସମ୍ମୁଖରେ ସ୍ତ୍ରୀ ସୁକରା ୟାଲମଙ୍କୁ ନକ୍ସଲ ମାନେ ଗଳାକାଟି ହତ୍ୟା କରିଛନ୍ତି । ମାଓବାଦୀଙ୍କ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ ବିଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ କମ୍ବିଂ ଅପରେସନ ଆରମ୍ଭ କରିଛି । ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବ ।
You Can Read:
କାର୍ଯ୍ୟରେ ଅବହେଳା ଅଭିଯୋଗ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ନିଲମ୍ବିତ