ବିଜାପୁରରେ ୩୧ ନକ୍ସଲ ନିପାତ, ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ
ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ । ବିଜାପୁର ଜଙ୍ଗଲରେ ୩୧ ନକ୍ସଲ ନିପାତ ପରେ ଆଲର୍ଟରେ ଓଡ଼ିଶା । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଉ କିଛି ମାଓବାଦୀ ଜଙ୍ଗଲ ରେ ଲୁଚି ରହିଥିବା ଆଶଙ୍କାରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାନୁଆରୀ ୨୦ ତାରିଖରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଗରିଆବନ୍ଧ ଠାରେ ସୁରକ୍ଷାକର୍ମୀ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ସେଣ୍ଟ୍ରାଲ କମିଟି ସଦସ୍ୟ ଚଲପତି ସମେତ […] The post ବିଜାପୁରରେ ୩୧ ନକ୍ସଲ ନିପାତ, ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ appeared first on KNews Odisha.

ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ । ବିଜାପୁର ଜଙ୍ଗଲରେ ୩୧ ନକ୍ସଲ ନିପାତ ପରେ ଆଲର୍ଟରେ ଓଡ଼ିଶା । ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ଆଉ କିଛି ମାଓବାଦୀ ଜଙ୍ଗଲ ରେ ଲୁଚି ରହିଥିବା ଆଶଙ୍କାରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାନୁଆରୀ ୨୦ ତାରିଖରେ ଓଡ଼ିଶା ସୀମାନ୍ତବର୍ତ୍ତୀ ଗରିଆବନ୍ଧ ଠାରେ ସୁରକ୍ଷାକର୍ମୀ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ସେଣ୍ଟ୍ରାଲ କମିଟି ସଦସ୍ୟ ଚଲପତି ସମେତ ୧୬ ମାଓବାଦୀ ନିପାତ ହୋଇଥିଲେ । ଏହା ପରଠାରୁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା ରହିଛି ।
ରବିବାର ବିଜାପୁରରେ ହୋଇଥିବା ଆଣ୍ଟି ନକ୍ସଲ ଅପରେସନକୁ ମିଳିଥିଲା ବଡ ସଫଳତା । ସୁରକ୍ଷା ବାହିନୀ ଗୁଳିରେ ନିପାତ ହୋଇଥିଲେ ୩୧ ନକ୍ସଲ। ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ନ୍ୟାସନାଲ ପାର୍କର ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଡିଆରଜି ଓ ଏସଟିଏଫ ମିଳିତ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାବାହିନୀ ଉପରକୁ ପ୍ରଥମେ ମାଓବାଦୀ ଗୁଳିମାଡ଼ କରିଥିଲେ । ଡିଆରଜି ଓ ଏସଟିଏଫ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷାବାହିନୀ ଗୁଳିରେ ୩୧ଜଣ ନକ୍ସଲ ପ୍ରାଣ ହରାଇଥିଲେ । ମାଓବାଦୀଙ୍କ ଗୁଳିରେ DRG ହେଡ କନଷ୍ଟେବଳ ନରେଶ ଧ୍ରୁବ ଏବଂ STF ଯବାନ ବାସିତ ରାବେଟ ସହିଦ ହୋଇଥିଲେ । ସୁରକ୍ଷାକର୍ମୀମାନେ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଏକେ-47 ବନ୍ଧୁକ, ଏସଏଲଆର, ଇନସାସ, ରାଇଫଲ, ବିଏଲଜି ଲଞ୍ଚର, ଅସ୍ତ୍ରଶସ୍ତ୍ର ଓ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ।
ଆହୁରି ପଢ଼ନ୍ତୁ : ଜେଏସଡବ୍ଲ୍ୟୁ ଖଣିରେ ଧସେଇ ପଶିଲେ ଆନ୍ଦୋଳନକାରୀ, ପୋଲିସ ସହ ଧସ୍ତାଧସ୍ତି
The post ବିଜାପୁରରେ ୩୧ ନକ୍ସଲ ନିପାତ, ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ appeared first on KNews Odisha.