ବିଜୁ ଜନତା ଦଳର ବୁଦ୍ଧିଜୀବୀ ସମ୍ମିଳନୀ
ପାଟଣା: ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭଗପଶି ଠାରେ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଭାବେ ବିଜୟୀ ହେବା ପାଇଁ ପ୍ରାର୍ଥୀ ଶ୍ରୀ ନାଏକ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତ ବୁଦ୍ଧିଜୀବି ମାନଙ୍କ ଠାରୁ ପରାମର୍ଶ ନେଇଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ୫୬ […]

ପାଟଣା: ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଭଗପଶି ଠାରେ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ମିତ୍ରଭାନୁ ମହାନ୍ତଙ୍କ ସଂଯୋଜନାରେ ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଭାବେ ବିଜୟୀ ହେବା ପାଇଁ ପ୍ରାର୍ଥୀ ଶ୍ରୀ ନାଏକ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ। ପାଟଣା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତ ବୁଦ୍ଧିଜୀବି ମାନଙ୍କ ଠାରୁ ପରାମର୍ଶ ନେଇଥିଲେ। କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ୫୬ ପଞ୍ଚାୟତର ଅବସରପ୍ରାପ୍ତ ଅଧ୍ୟାପକ, ଅବସରପ୍ରାପ୍ତ ସୈନିକ ,ଅବସରପ୍ରାପ୍ତ ଶିକ୍ଷକ, ବିଭିନ୍ନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପାଟଣା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଡ଼ଃ ହରିଶ ଚନ୍ଦ୍ର ଚୌଧରୀଙ୍କ ସହ ସଂଯୋଜକ କାନନ ବିହାରୀ ପହି, ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଉପସ୍ଥିତ ଥିଲେ।