ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମବାର୍ଷିକୀ ଅବସରରେ ଫଟୋ ପ୍ରଦର୍ଶନୀ। ଭୁବନେଶ୍ବର ଜୟଦେବ ଭବନରେ ସୂଚନା ଓ ଲୋକ... The post ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ appeared first on .

ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମବାର୍ଷିକୀ ଅବସରରେ ଫଟୋ ପ୍ରଦର୍ଶନୀ। ଭୁବନେଶ୍ବର ଜୟଦେବ ଭବନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀ କରାଯାଇଛି। ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ବୁଲି ଦେଖିଛନ୍ତି। ଏହି ପ୍ରଦର୍ଶନୀରେ ବିଜୁ ବାବୁଙ୍କର ବିରଳ ଫଟୋ ପ୍ରଦର୍ଶିତ କରାଯାଇଛି। ବିଶେଷ କରି ଦୁସାହାସିକ ପାଇଲଟ, ପରିବାର ଗହଣରେ ବିଜୁବାବୁଙ୍କ ଫଟୋ ଦେଖିବାକୁ ମିଳିଛି। ସ୍ବାଧିନତା ସଂଗ୍ରାମ ସମୟରେ ବିଜୁ ବାବୁ କିଭଳି କାମ କରୁଥିଲେ , ପାରଦୀପ ବନ୍ଦର ଉଦ୍ଘାଟନର ସମୟ, ତେଲ ନଦୀ ସେତୁ ଉଦ୍ଘାଟନ, ୧୯୯୨ରେ କଳିଙ୍ଗ ବାଲିଯାତ୍ରା ଶୁଭାରମ୍ଭ, ରାଜ୍ୟ ରାଜନୀତିରେ ବିଜୁବାବୁ, ବିଜୁବାବୁଙ୍କ ଅନ୍ତିମ ଯାତ୍ରାର ଫଟୋ, ଡାକ ଟିକଟରେ ବିଜୁବାବୁ, ଖବରକାଗଜର ଶିରୋନାମାରେ ବିଜୁବାବୁ ଏହାସହ ବିଜୁବାବୁ କିଭଳି ସରଳ ଜୀବନ ବିତାଉଥିଲେ ତାହାର ଫଟୋ ପ୍ରଦର୍ଶନ କରାଯାଇଛି। ଆଗାମୀ ପିଢି ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଅଧିକ ଜାଣିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଏହି ଫଟୋ ପ୍ରଦର୍ଶନୀ କରାଯାଇଛି।

The post ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ appeared first on .