ବିଜୁବାବୁଙ୍କୁ କେବେ ଦିଆଯିବ ଭାରତରତ୍ନ? କେବେ ପୂରଣ ହେବ ଓଡ଼ିଶାର ଦାବି?
କନକ ବ୍ୟୁରୋ: କର୍ପୂରୀ ଠାକୁର ଓ ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ଦାବି ଜୋର ଧରିଛି । ବହୁଦିନ ଧରି ଏ ନେଇ ଦାବି ହୋଇଆସୁଥିଲେ ବି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଆଉ ଏହି ଦାବିକୁ ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତା ସମର୍ଥନ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ୨ ଜଣ ଜନନାୟକଙ୍କୁ ଭାରତରତ୍ନ […] The post ବିଜୁବାବୁଙ୍କୁ କେବେ ଦିଆଯିବ ଭାରତରତ୍ନ? କେବେ ପୂରଣ ହେବ ଓଡ଼ିଶାର ଦାବି? first appeared on Kanak News.

କନକ ବ୍ୟୁରୋ: କର୍ପୂରୀ ଠାକୁର ଓ ଲାଲକୃଷ୍ଣ ଆଡଭାନୀଙ୍କ ପରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ନେଇ ଦାବି ଜୋର ଧରିଛି । ବହୁଦିନ ଧରି ଏ ନେଇ ଦାବି ହୋଇଆସୁଥିଲେ ବି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଆଉ ଏହି ଦାବିକୁ ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତା ସମର୍ଥନ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ୨ ଜଣ ଜନନାୟକଙ୍କୁ ଭାରତରତ୍ନ ସମ୍ମାନ ଘୋଷଣା ପରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ଦାବି ଜୋର ଧରିଛି ।
ଜାନୁଆରୀ ୨୪ ତାରିଖରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନେତା କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ସରକାର । ଫେବ୍ରୁଆରୀ ୩ ତାରିଖରେ ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଭାରତରତ୍ନ ଦିଆଯିବା ନେଇ ନିଜେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ବିକାଶରେ ଏହି ଦୁଇ ଜନନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ସେମାନଙ୍କୁ ଭାରତରତ୍ନରେ ସମ୍ମାନିତ କରିବା ଦେଶ ପାଇଁ ଗୌରବର ବିଷୟ । କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭୁଲି ଯାଇଛନ୍ତି ସରକାର । ନିକଟରେ ଦୁଇ ଜନନାୟକଙ୍କୁ ଭାରତରତ୍ନ ଘୋଷଣା ପରେ ପୁଣିଥରେ ଏହି ଦାବି ଉଠିଛି । ଉଭୟ ରାଜ୍ୟ ବିଜେପି ଓ କଂଗ୍ରେସ ନେତା ମଧ୍ୟ ଏହାକୁ ସମର୍ଥନ କରିଛନ୍ତି ।
ଗତ ଶୁକ୍ରବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ବିତର୍କରେ ଭାଗନେଇ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଥିଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ଓଡିଶା ବିଧାନଭାରେ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ପ୍ରସ୍ତାବ ପାରିତ କରାଯାଇଥିଲା । ପୂର୍ବରୁ ଓଡିଶା ବିଧାନସଭାରେ ଏ ନେଇ ପ୍ରସ୍ତାବ ମଧ୍ୟ ପାରିତ କରାଯାଇଥିଲା । ଦେଶ ଗଠନରେ ବିଜୁ ପଟ୍ଟନାୟକଙ୍କର ବଳିଷ୍ଠ ଅବଦାନ ରହିଛି ।
ବିଜୁବାବୁଙ୍କୁ କେବେ ମିଳିବ ଭାରତରତ୍ନ?
ସ୍ୱାଧୀନତା ସଂଗ୍ରାମରେ ବି ରହିଛି ତାଙ୍କର ଅବଦାନ
୧୯୪୭ ମସିହା ପାକିସ୍ତାନ-ଭାରତ ÷ଯୁଦ୍ଧ ବେଳେ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ଥିଲା ଅନନ୍ୟ ଅବଦାନ
‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରିଛି ଇଣ୍ଡୋନେସିଆ
ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ
The post ବିଜୁବାବୁଙ୍କୁ କେବେ ଦିଆଯିବ ଭାରତରତ୍ନ? କେବେ ପୂରଣ ହେବ ଓଡ଼ିଶାର ଦାବି? first appeared on Kanak News.