ବିଜେଡି ଓ କଂଗ୍ରେସର କକ୍ଷତ୍ୟାଗ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହା ପରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ। ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ ୨୫ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯୋଗାଣ ମନ୍ତ୍ରୀ କହିଥିଲେ ଯେ ରାସନ କାର୍ଡ ପାଇଁ ୬ଲକ୍ଷ ୭୦ହଜାର ନୂଆ ଆବେଦନ କରିଥିଲେ । […]

ବିଜେଡି ଓ କଂଗ୍ରେସର କକ୍ଷତ୍ୟାଗ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
Odisha-Legislative-Assembly

ଭୁବନେଶ୍ୱର: ବିଧାନସଭା ପଞ୍ଚମ ଦିନରେ ସୁରୁଖୁରୁରେ ଚାଲିଥିଲା ପ୍ରଶ୍ନକାଳ । ପ୍ରଶ୍ନକାଳରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହା ପରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ।

ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ ଉଠାଇଥିଲେ । ରାଜ୍ୟରେ ୨୫ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯୋଗାଣ ମନ୍ତ୍ରୀ କହିଥିଲେ ଯେ ରାସନ କାର୍ଡ ପାଇଁ ୬ଲକ୍ଷ ୭୦ହଜାର ନୂଆ ଆବେଦନ କରିଥିଲେ । ସେମାନଙ୍କୁ ସାମିଲ କରାଯିବ କି? ଯଦି ୨୫ଲକ୍ଷ ଭୂତ କାର୍ଡ ତାହେଲେ ସେଗୁଡିକର ଆଧାର ଲିଙ୍କ ହୋଇଛି କି ? ଯଦି ହୋଇଛି ତାହା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି । ଏଥିସହ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି କି ? ଯଦି ହୋଇଛି ତାହାର କପି ସମସ୍ତ ବିଧାୟକଙ୍କୁ ପ୍ରଦାନ କରିବାକୁ ଦାବି କରିଛନ୍ତି ।

ସେପଟେ ମୁଲତବୀ ପ୍ରସ୍ତାବରେ ଆଇନମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ । ମୁଲତବୀ ଆଲୋଚନା ଅଧାରୁ ବିଜେଡିର କକ୍ଷତ୍ୟାଗ କରିଛି। ରଥଯାତ୍ରା ବିଭ୍ରାଟ ମାନିବାକୁ ରାଜ୍ୟ ସରକାର ନାରାଜ। ଯେଉଁମାନେ କୌଣସି କଥା ମାନିବେ ନାହିଁ, ସେ ସରକାରଙ୍କୁ କେହି ସହଯୋଗ କରିବେନାହିଁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି।  ସେହିପରି  କଂଗ୍ରେସକୁ ଗୃହରେ କହିବାକୁ ସୁଯୋଗ ଦିଆ ନ ଯିବାରୁ କଂଗ୍ରେସ ମଧ୍ୟ କକ୍ଷତ୍ୟାଗ କରିଛି। ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।