ବିଜେଡି କରିବ ପଦଯାତ୍ରା ; ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବେ ସୁପ୍ରିମୋ
କନକ ବ୍ୟୁରୋ: ଆଜିଠୁ ବିଜେଡିର ଜନ ସମ୍ପର୍କପଦଯାତ୍ରା। ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ। ଆଜି ବିଜୁ ଜନତା ଦଳ ତରଫରୁ ରାଜ୍ୟବ୍ୟାପି " ଜନ ସଂପର୍କ ପଦଯାତ୍ରା " ଅନୁଷ୍ଠିତ ହେବ। ଏହି ପରିପେଖିରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଏହାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ନବୀନଙ୍କ ଆହ୍ୱାନ। ପଦଯାତ୍ରା ସହ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।