ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ରବିବାର ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭଜାପରେ ସାମିଲ ହୋଇଛନ୍ତି। କିଛି ସମୟ ପୂର୍ବରୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଦଳରେ ଯୋଗ ଦେଇଛନ୍ତି। ରବିବାର ଅପରାହ୍ନରେ ଦେବାଶିଷ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ତାଙ୍କର ଇସ୍ତଫାପତ୍ର ଦେଇଥିଲେ। ଭାଜପାରେ ସାମିଲ ହେବା ଅବସରରେ ବିଜେଡି ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ନାୟକ। ବିଜେଡିରେ ଏବେ ତାମିଲ ଶାସନ ଚାଲିଥିବା ସେ […] The post ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ appeared first on Dharitri Odia News.

ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ରବିବାର ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭଜାପରେ ସାମିଲ ହୋଇଛନ୍ତି। କିଛି ସମୟ ପୂର୍ବରୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଦଳରେ ଯୋଗ ଦେଇଛନ୍ତି। ରବିବାର ଅପରାହ୍ନରେ ଦେବାଶିଷ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ତାଙ୍କର ଇସ୍ତଫାପତ୍ର ଦେଇଥିଲେ।

ଭାଜପାରେ ସାମିଲ ହେବା ଅବସରରେ ବିଜେଡି ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ନାୟକ। ବିଜେଡିରେ ଏବେ ତାମିଲ ଶାସନ ଚାଲିଥିବା ସେ କହିଛନ୍ତି। ”ଦଳରେ ଏବେ ଗୋଟିଏ କୋଟେରି କାମ କରୁଛି, ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ତେବେ ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ବିଜେଡି ଆମଦାନୀ କରୁଛି” ବୋଲି ଦେବାଶିଷ କହିଛନ୍ତି।

ଦେବାଶିଷ ନାୟକ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୫ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବରୀ ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ବିଧାୟକ ଥିବା ଦେବାଶିଷଙ୍କୁ ଗତ ୨୦୧୯ ନିର୍ବାଚନରେ ନିଜେଡି ଟିକେଟ୍ ଦେଇ ନ ଥିଲା । ଏହାପରେ ଦଳ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସ୍‌ଙ୍କୁ ବରୀରୁ ଟିକେଟ୍ ଦେଇଥିଲା। ସେ ଦଳର କାର୍ଯ୍ୟକାରିତାକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା ବେଳେ ରବିବାର ସେ ଭଜାପରେ ଯୋଗ ଦେଇଛନ୍ତି।

The post ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ appeared first on Dharitri Odia News.