ବିଜେଡି ଛାଡିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩: ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି। ଦଳ ପ୍ରତି କୌଣସି ମନ ଖରାପ କରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛି। ଦଳ ଛାଡିବାର କାରଣ ପଚାରିବାରୁ ସେ କହିଛନ୍ତି, ଗତ ୨ବର୍ଷ ଧରି ମୁଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ […] The post ବିଜେଡି ଛାଡିଲେ ଭର୍ତ୍ତୃହରି appeared first on Dharitri Odia News.

ବିଜେଡି ଛାଡିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩: ବିଜେଡି ଛାଡିଲେ ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି। ଦଳ ପ୍ରତି କୌଣସି ମନ ଖରାପ କରିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛି।
ଦଳ ଛାଡିବାର କାରଣ ପଚାରିବାରୁ ସେ କହିଛନ୍ତି, ଗତ ୨ବର୍ଷ ଧରି ମୁଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲି। କୌଣସି ଦଳୀୟ କଥାରେ ମତ ପ୍ରକାଶ କରୁ ନ ଥିଲି। କାରଣ ଦଳରେ ମୁଁ ଯାହ କହୁଥିଲୁ ମୋ କଥା କେହି ଶୁଣୁ ନ ଥିଲେ। ଏଥିପାଇଁ ଭଙ୍ଗା ହୃଦୟର ଦଳ ଛାଡୁଥିବା ପ୍ରକାଶ କରିଛନ୍ତି।

The post ବିଜେଡି ଛାଡିଲେ ଭର୍ତ୍ତୃହରି appeared first on Dharitri Odia News.