ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡିର ନର୍ଲାରୁ ଥିଲେ ଆଶାୟୀ

କଳାହାଣ୍ଡି ୧୫।୪: ଆଶାୟୀଙ୍କୁ ଟିକେଟ୍ ଦିଆନଯିବା ପରେ ଏବେ ଅନେକ ଆଶାୟୀ ଦଳ ଛାଡିଛନ୍ତି । ନର୍ଲା ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିବା  ବିଜେଡି ରାଜ୍ୟ ସମ୍ପାଦକ ତଥା ନର୍ଲା ବିଧାନସଭା ମଣ୍ଡଳୀ ସଭପତି ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି)ଙ୍କୁ ଟିକେଟ ଦିଆ ନ  ଯିବା ପରେ ବିଜେଡିରୁ ପାଇଥିବା ପଦ ଓ ସାଧାରଣ ସଦସ୍ୟ ପଦରୁ ଶହ ଶହ ସମର୍ଥକଙ୍କ ଶହ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିବା ସହ ସର୍ଭେ ନାରେ ଭୁଆଁ ବୁଲାଇଛନ୍ତି । ଦଳ ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରିଥିଲେ ବି ଦଳ ଅଣଦେଖା କରିଛି । ସେ ଗତ ୨୦୧୯  ନିର୍ବାଚନରେ କଂଗ୍ରେସରୁ ଏହି ବିଧାନସଭା କ୍ଷେତ୍ରରେ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ବର୍ଷ ହିଁ ବିଜେଡିରେ ଯୋଗଦାନ କରିଥିଲେ । ହେଲେ ଏବେ ବିଜେଡିରେ ତାଙ୍କୁ ଟିକେଟ୍‌ ନଦେବା ପରେ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବାବୁଲି ମଣ୍ଡଳ  ବିଜେଡିର ଜଣେ ଦୃଢ଼ ସଂଗଠକ ହେଇଥିବା ଯୋଗୁଁ ଦଳ ଛାଡ଼ିବା ସେହି ଦଳ ପାଇଁ ଏକ ବଡ କ୍ଷତି ହେବ ବୋଲି ତାଙ୍କ ସମର୍ଥକ ମାନେ କହିଛନ୍ତି ।You Can Read :ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାମ କରାଇଲେ ହେବ ଆକ୍ସନ, ସବୁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି  

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡିର ନର୍ଲାରୁ ଥିଲେ ଆଶାୟୀ

କଳାହାଣ୍ଡି ୧୫।୪: ଆଶାୟୀଙ୍କୁ ଟିକେଟ୍ ଦିଆନଯିବା ପରେ ଏବେ ଅନେକ ଆଶାୟୀ ଦଳ ଛାଡିଛନ୍ତି । ନର୍ଲା ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିବା  ବିଜେଡି ରାଜ୍ୟ ସମ୍ପାଦକ ତଥା ନର୍ଲା ବିଧାନସଭା ମଣ୍ଡଳୀ ସଭପତି ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି)ଙ୍କୁ ଟିକେଟ ଦିଆ ନ  ଯିବା ପରେ ବିଜେଡିରୁ ପାଇଥିବା ପଦ ଓ ସାଧାରଣ ସଦସ୍ୟ ପଦରୁ ଶହ ଶହ ସମର୍ଥକଙ୍କ ଶହ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ ଅଣଦେଖା କରିବା ସହ ସର୍ଭେ ନାରେ ଭୁଆଁ ବୁଲାଇଛନ୍ତି । ଦଳ ପାଇଁ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରିଥିଲେ ବି ଦଳ ଅଣଦେଖା କରିଛି । ସେ ଗତ ୨୦୧୯  ନିର୍ବାଚନରେ କଂଗ୍ରେସରୁ ଏହି ବିଧାନସଭା କ୍ଷେତ୍ରରେ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେହି ବର୍ଷ ହିଁ ବିଜେଡିରେ ଯୋଗଦାନ କରିଥିଲେ । ହେଲେ ଏବେ ବିଜେଡିରେ ତାଙ୍କୁ ଟିକେଟ୍‌ ନଦେବା ପରେ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ସମର୍ଥକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ କାର୍ଯ୍ୟ ପନ୍ଥା ଗ୍ରହଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବାବୁଲି ମଣ୍ଡଳ  ବିଜେଡିର ଜଣେ ଦୃଢ଼ ସଂଗଠକ ହେଇଥିବା ଯୋଗୁଁ ଦଳ ଛାଡ଼ିବା ସେହି ଦଳ ପାଇଁ ଏକ ବଡ କ୍ଷତି ହେବ ବୋଲି ତାଙ୍କ ସମର୍ଥକ ମାନେ କହିଛନ୍ତି ।

You Can Read :

ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରେ କାମ କରାଇଲେ ହେବ ଆକ୍ସନ, ସବୁ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଚିଠି