ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ
ବାହାନଗା,୨୬ା୨(ଅରୂପ୍ କୁମାର ଦାସ): ବରଯାତ୍ରୀ ହୋଇ କନ୍ୟାଘରକୁ ଆସିଥିଲେ। ମାତ୍ର ଫେରିବା ବେଳକୁ ବାଟରେ ଦେହ ଅସୁସ୍ଥ ହେବାରୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମରେ। ବାଲେଶ୍ୱର ସଦର ଥାନା ଦାମୋଦରପୁର ଗ୍ରାମର ବାଟିବାୟା ତରେଇଙ୍କ ପୁଅ ନିକନ୍ତ ତରେଇ(୩୮) ସମ୍ପର୍କୀୟଙ୍କ ବାହାଘରରେ ବରଯାତ୍ରୀ ହୋଇ ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମକୁ ଆସିଥିଲେ ା ଝିଅ ଘରୁ ଖାଇପିଇ ଫେରିବା ବେଳେ ଇଞ୍ଚୁଡି ଗଁାମୁଣ୍ଡରେ ନିକନ୍ତ […] The post ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ appeared first on Dharitri Odia News.
ବାହାନଗା,୨୬ା୨(ଅରୂପ୍ କୁମାର ଦାସ): ବରଯାତ୍ରୀ ହୋଇ କନ୍ୟାଘରକୁ ଆସିଥିଲେ। ମାତ୍ର ଫେରିବା ବେଳକୁ ବାଟରେ ଦେହ ଅସୁସ୍ଥ ହେବାରୁ ମେଡିକାଲ ନେବା ବାଟରେ ମୃତ୍ୟୁ ହୋଇଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମରେ।
ବାଲେଶ୍ୱର ସଦର ଥାନା ଦାମୋଦରପୁର ଗ୍ରାମର ବାଟିବାୟା ତରେଇଙ୍କ ପୁଅ ନିକନ୍ତ ତରେଇ(୩୮) ସମ୍ପର୍କୀୟଙ୍କ ବାହାଘରରେ ବରଯାତ୍ରୀ ହୋଇ ଖନ୍ତାପଡା ଥାନା ଇଞ୍ଚୁଡି ଗ୍ରାମକୁ ଆସିଥିଲେ ା ଝିଅ ଘରୁ ଖାଇପିଇ ଫେରିବା ବେଳେ ଇଞ୍ଚୁଡି ଗଁାମୁଣ୍ଡରେ ନିକନ୍ତ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା। ହେଲେ ମେଡିକାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଥିଲା। ଏନେଇ ଖନ୍ତାପଡା ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୭/୨୪) ରୁଜୁ ହୋଇଛି।
The post ବରଯାତ୍ରୀ ହୋଇ ଆସିଥିଲେ, ଫେରିବା ବାଟରେ ଚାଲିଗଲା ଜୀବନ appeared first on Dharitri Odia News.