ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା ସେମାନେ ବହୁ କଷ୍ଟରେ ଏସବୁ ସାମଗ୍ରୀ ଜଙ୍ଗଲରୁ ସଂଗ୍ରହ କରୁଥିଲେ ମଧ୍ୟ ମଣ୍ଡି ନ ଥିବାରୁ ଉଚିତ ପାଉଣା ପାଉନାହାନ୍ତି। ବର୍ତ୍ତମାନ ଜିଲାରେ ମହୁଲଫୁଲ ସର୍ବାଧିକ ସଂଗ୍ରହ ହେଉଛି। ହେଲେ ମଣ୍ଡି ନ ଥିବାବେଳେ ଦର ଧାର୍ଯ୍ୟ ହେଉ ନ ଥିବାରୁ ଲୋକେ କୋଚିଆଠାରେ କମ ଦରରେ ବିକ୍ରୟ କରି […] The post ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ appeared first on Dharitri Odia News.

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା ସେମାନେ ବହୁ କଷ୍ଟରେ ଏସବୁ ସାମଗ୍ରୀ ଜଙ୍ଗଲରୁ ସଂଗ୍ରହ କରୁଥିଲେ ମଧ୍ୟ ମଣ୍ଡି ନ ଥିବାରୁ ଉଚିତ ପାଉଣା ପାଉନାହାନ୍ତି। ବର୍ତ୍ତମାନ ଜିଲାରେ ମହୁଲଫୁଲ ସର୍ବାଧିକ ସଂଗ୍ରହ ହେଉଛି। ହେଲେ ମଣ୍ଡି ନ ଥିବାବେଳେ ଦର ଧାର୍ଯ୍ୟ ହେଉ ନ ଥିବାରୁ ଲୋକେ କୋଚିଆଠାରେ କମ ଦରରେ ବିକ୍ରୟ କରି ଶୋଷଣର ଶିକାର ହେଉଛନ୍ତି।

ଅନ୍ୟପକ୍ଷରେ ବେପାରୀ ଓ ମଧ୍ୟସ୍ଥି କମ ଦରରେ କ୍ରୟ କରି ଲାଭବାନ ହେଉଛନ୍ତି ା ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଜିଲା ଅବକାରୀ ବିଭାଗ ଏକ ବୈଠକ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଜିଲା ପଞ୍ଚାୟତ ଅଧିକାରୀ ଲଛମନ ଓରାମ, ଜିଲାର ମହୁଲ ଫୁଲ କ୍ରେତା, ଗୋଟାଳି ତଥା ବିକ୍ରେତା ଉପସ୍ଥିତ ଥିଲେ।

ଜିଲାପାଳ ସତର୍କ କରିବାକୁ ଯାଇ କହିଥିଲେ, ଜିଲାରେ ଗରିବ ଚାଷୀ, ଆଦିବାସୀମାନେ ବହୁ କଷ୍ଟରେ ମହୁଲ ଫୁଲ ସଂଗ୍ରହ କରୁଛନ୍ତି ା କେତେବେଳେ ସେମାନେ ଭାଲୁର ଶିକାର ହେଉଛନ୍ତି କେତେବେଳେ ଅଂଶୁଘାତର ଶିକାର ହେଉଛନ୍ତି ା ସେମାନେ ଏହାର ଉଚିତ ମୂଲ୍ୟ ପାଇବା ଅତ୍ୟନ୍ତ ଆବଶ୍ୟକ। ବେପାରିମାନେ କମ ଦରରେ କିଣି ଲାବବାନ ହେଉଥିବା ବେଳେ ଜିଲା ପ୍ରଶାସନ ବଦନାମ ହେଉଛି। ଏଭଳି ଆଉ ଚଳିବ ନାହିଁ। ମହୁଲ ଫୁଲର କିଲୋଗ୍ରାମ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୭ ଟଙ୍କା ରହିବ। ଏଥିରୁ କମ ମୂଲ୍ୟରେ ବେପାରି କିଣିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ। ପ୍ରତିଦିନ ମହୁଲ କ୍ରୟ ବିକ୍ରୟ ରିପୋର୍ଟ ଜିଲାପାଳଙ୍କୁ ଅବକାରୀ ବିଭାଗ ପ୍ରଦାନ କରିବେ। ଜିଲାପାଳଙ୍କ ସମୟୋଚିତ ପଦକ୍ଷେପ ଜିଲାର ମହୁଲ ଗୋଟାଳିଙ୍କୁ ସହାୟକ ହେବ ବୋଲି ଆଶା କରାଯାଇଛି ା

The post ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ appeared first on Dharitri Odia News.