ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ
ତେଲକୋଇ,୯/୨: ବିଜେଡି ଛାଡିଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ପ୍ରେମାନନ୍ଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ୬୦୦୦ ଭୋଟ୍ ବ୍ୟବଧାନରେ ଜିତିଥିଲେ। ୨୦୧୯ ପୂର୍ବରୁ, ସେ ୨୦୦୯ ରେ ବିଜେଡି ଟିକେଟ୍ ରେ ତେଲକୋଇରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ୨୦୧୪ […] The post ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ appeared first on Dharitri Odia News.
ତେଲକୋଇ,୯/୨: ବିଜେଡି ଛାଡିଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ କରି ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି।
୨୦୧୯ ବିଧାନସଭା ନିର୍ବାଚନରେ ପ୍ରେମାନନ୍ଦ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କଠାରୁ ୬୦୦୦ ଭୋଟ୍ ବ୍ୟବଧାନରେ ଜିତିଥିଲେ। ୨୦୧୯ ପୂର୍ବରୁ, ସେ ୨୦୦୯ ରେ ବିଜେଡି ଟିକେଟ୍ ରେ ତେଲକୋଇରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ କିନ୍ତୁ ୨୦୧୪ ରେ ତାଙ୍କୁ ପାର୍ଟି ଟିକେଟ ମିଳି ନଥିଲା। ୨୦୧୪ ରେ, ବିଜେଡିର ବେଦବ୍ୟାସ ନାୟକ ତେଲକୋଇରୁ ଜିତିଥିଲେ। ୨୦୧୯ ରେ, ପ୍ରେମାନନ୍ଦ ନାୟକ ପୁନର୍ବାର ବିଜେଡି ଟିକେଟ୍ ପାଇଲେ ଏବଂ ନିର୍ବାଚିତ ହେଲେ।
ଆସନ୍ତା ନିର୍ବାଚନ ପୂର୍ବରୁ ହୁଏତ ପ୍ରେମାନନ୍ଦ ନାୟକ ଅନୁଭବ କରିଥିବେ ୨୦୧୪ ଭଳି, ସେ ହୁଏତ ୨୦୨୪ ରେ ପାର୍ଟୀ ଟିକେଟ ନପାଇ ପାରନ୍ତି ତେଣୁ ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇପାରନ୍ତି।
The post ବିଜେଡି ଛାଡ଼ିଲେ ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ appeared first on Dharitri Odia News.