ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର
ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର ।
ଆଜି ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଟିକେଟ୍ ଘୋଷଣା କରିବା ପରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର । ସେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇବା ସହ ଅସନ୍ତୋଷ ଝାଡ଼ିଛନ୍ତି । ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଦଳରେ ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିଆସୁଥିଲେ ବି
ଜିଲ୍ଲା ବିଜୁ ମହିଳା ଦଳର ସଭାପତି ତଥା ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ଥିବା ଭଉଣୀ ଅନିମା କହଁରଙ୍କୁ ଟିକଟ ଦିଆଗଲାନାହିଁ। ତାଙ୍କ ବଦଳରେ ଦଳ ଜୟଶ୍ରୀ କହଁରଙ୍କୁ ଟିକେଟ ଦେଇଛି।
ତେଣୁ ଦଳରେ ଆଉ ଗୁରୁତ୍ୱ ନ ଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର । ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର । ତା’ପରେ କିନ୍ତୁ ଟିକେଟ ଦେଇନଥିଲା ବିଜେଡି । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ସେପଟେ ଟିକେଟ୍ ନ ମିଳିବାରୁ ସୋର ବିଧାୟକ ପର୍ଶୁରାମ ଧଡ଼ା ମଧ୍ୟ ବିଜେଡି ଛାଡ଼ିଛନ୍ତି ।