ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ ସିଂ। ବିଜେଡି ଛାଡ଼ିବା ପରେ ପ୍ରଭାସ କହିଛନ୍ତି, ବିଜେଡିରେ ଯେଉଁ ନୀତି, ଆଦର୍ଶ ଥିଲା, ଏବେ ସେହି ଆଭିମୁଖ୍ୟ ଏବେ ଆଉ ଦଳରେ ନାହିଁ।

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ନବୀନ ନିବାସରେ ପହଞ୍ଚି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ। ୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ। ବିଜେଡି ଛାଡ଼ିବା ପରେ ପ୍ରଭାସ କହିଛନ୍ତି, ବିଜେଡିରେ ଯେଉଁ ନୀତି, ଆଦର୍ଶ ଥିଲା, ଏବେ ସେହି ଆଭିମୁଖ୍ୟ ଏବେ ଆଉ ଦଳରେ ନାହିଁ। ଦଳରେ ମୋ ଭଳିଆ ଉଚ୍ଚ ଶିକ୍ଷିତ ବ୍ୟକ୍ତିର ଆବଶ୍ୟକ ନାହିଁ।