ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି; ନରସିଂହ ମିଶ୍ର

ଅସମ୍ପୂର୍ଣ୍ଣ ଲୋୟର ସୁକତେଲ ପ୍ରକଳ୍ପ ଲୋକାର୍ପଣ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ନରସିଂହ।

ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି; ନରସିଂହ ମିଶ୍ର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମନଇଚ୍ଛା ଧୋଇଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। କହିଲେ, ୨୩ ବର୍ଷ ବିତିଗଲାଣି। ତଥାପି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେଲା ନାହିଁ। ଆଜି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଲୋକାର୍ପଣ କରାଯାଉଛି। ନାଇଁ ମାମୁଠାରୁ କଣା ମାମୁ ଭଲ। ମୁଁ ଭାବୁଥିଲି, ପ୍ରକଳ୍ପ ସମ୍ପୂର୍ଣ୍ଣ କରି ଉଦ୍‌ଘାଟନ କରିଥିଲେ ନିଶ୍ଚିତ ଭାବେ ଭଲ ହୋଇଥାଆନ୍ତା। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।