ଝିଅର ଶାଶୁ ଘରେ ଚତୁର୍ଥୀ ଭାର ଦେଇ ଫେରିବା ବାଟରେ ଘଟିଲା ଅଘଟଣ, ହେଲେ ବର୍ତ୍ତିଗଲା ଜୀବନ
ବାସୁଦେବପୁର: ବାପ୍ ରେ ବାପ୍ ଏମିତି ଦୁର୍ଘଟଣା । ଏ ଦୃଶ୍ୟ ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମାନ କରିପାରିବେ । ଗାଡ଼ିର ଅବସ୍ଥା ଦେଖିଲେ ଯେ କେହିବି ଜାଣି ପାରିବ କ୍ଷତି କେତେ ବଡ ହୋଇଥିବ । ସତରେ ବେଳା ଖରାପ ଥିଲେ କେତେବେଳେ ଯେ କାହା ସହ ଅଘଟଣ ଘଟିଯିବ ତାହା କହିବା ମୁସ୍କିଲ୍ । କିନ୍ତୁ କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି […] The post ଝିଅର ଶାଶୁ ଘରେ ଚତୁର୍ଥୀ ଭାର ଦେଇ ଫେରିବା ବାଟରେ ଘଟିଲା ଅଘଟଣ, ହେଲେ ବର୍ତ୍ତିଗଲା ଜୀବନ appeared first on KNews Odisha.

ବାସୁଦେବପୁର: ବାପ୍ ରେ ବାପ୍ ଏମିତି ଦୁର୍ଘଟଣା । ଏ ଦୃଶ୍ୟ ଦେଖିଲେ ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଅନୁମାନ କରିପାରିବେ । ଗାଡ଼ିର ଅବସ୍ଥା ଦେଖିଲେ ଯେ କେହିବି ଜାଣି ପାରିବ କ୍ଷତି କେତେ ବଡ ହୋଇଥିବ । ସତରେ ବେଳା ଖରାପ ଥିଲେ କେତେବେଳେ ଯେ କାହା ସହ ଅଘଟଣ ଘଟିଯିବ ତାହା କହିବା ମୁସ୍କିଲ୍ । କିନ୍ତୁ କଥାରେ ଅଛି ଭାଗ୍ୟ ଯଦି ସାଥ ଦିଏ ନା କେହି କିଛି ବିଗାଡି ପାରନ୍ତିନାହିଁ । କିଛି ଲୋକ ସାମାନ୍ୟ ଘଟଣାରେ ଦୁନିଆ ଛାଡି ଚାଲି ଯାଉଥିବା ବେଳେ କିଛି ଜଣଙ୍କର ଭାଗ୍ୟ ଏମିତି ଟାଣ ଥାଏଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି । ମୃତ୍ୟୁ କୁ ଯେମିତି ଜୟ କରିଯାନ୍ତି । ଯେମିତି ଏହି ଘଟଣା ।
ଯାହା ସୂଚନା ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଶୁକ୍ରବାର ରାତିରେ ଘଟିଥିଲା ଏହି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ଏକ ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଚୂଡ଼ାମଣି ପଞ୍ଚାୟତର ଚୂଡ଼ାମଣି ହାଟ ନିକଟରୁ ବୁଦ୍ଧିରାମ ବିଶ୍ୱାଳଙ୍କ ଝିଅର ଚତୁର୍ଥୀ ଭାର ନେଇ ରାଜକନିକା ଓଳାବର ଯାଇଥିଲେ । ଚତୁର୍ଥୀ ଭୋଜି ଖାଇ ଘରକୁ ଫେରୁଥିବା ସମୟରେ ବେତଡା ଛକ ନିକଟରେ ଉକ୍ତ ବୋଲେରୋ ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।
ତେବେ ଗାଡି ଓଲଟିଥିବା ସ୍ଥାନରେ ଥିବା ଘର ଲୋକେ କଣ ଗୋଟେ ଶବ୍ଦ ହେଲା ବୋଲି ବାହାରକୁ ଆସି ଦେଖନ୍ତି ତ ଏକ ବୋଲେରୋ ଗାଡି ଘରର ଦୁଆର ପାଖରେ ଓଲଟି ପଡିଛି । ସେହି ଗାଡ଼ିରେ ଭିତରେ ବସିଥିବା ଲୋକ ଚାପି ହୋଇ ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ସହିତ ବାସୁଦେବପୁର ଥାନା, ଦମକଳ ବାହିନୀ ସମେତ ୧୦୮ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ୩ଜଣକ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଓ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ତେବେ ବେଳେବେଳେ ଏଭଳି ଭୟଙ୍କର ଦୁର୍ଘଟଣାରୁ ଏମିତି ବି ବଞ୍ଚିଯାଏ ଜୀବନ । ବୋଲେରୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ସତ କିନ୍ତୁ ଭଗବାନଙ୍କ କୃପାରୁ ସମସ୍ତଙ୍କ ଜୀବନ ବଞ୍ଚିଯାଇଛି । ବର୍ତ୍ତମାନ ଗୁରୁତରଙ୍କ ଅବସ୍ଥା ସ୍ଥିର ଥିବାବେଳେ, ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସଭିଏଁ ।
ଆହୁରି ପଢନ୍ତୁ: ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ଗଲା ୧୩ ଜୀବନ
The post ଝିଅର ଶାଶୁ ଘରେ ଚତୁର୍ଥୀ ଭାର ଦେଇ ଫେରିବା ବାଟରେ ଘଟିଲା ଅଘଟଣ, ହେଲେ ବର୍ତ୍ତିଗଲା ଜୀବନ appeared first on KNews Odisha.