ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାନଟିକା ଜଳେଶ୍ୱର ପୀଠରେ ଶିବରାତ୍ରି ମେଳା ମହାସମାରୋହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସନ୍ଧ୍ୟାରେ ଉକ୍ତ ପୀଠରେ ଆୟୋଜିତ ଜଳେଶ୍ୱର ମହୋତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ନ ଦେଇ ଫେରିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଳେଶ୍ୱର ମହୋତ୍ସବକୁ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। କିନ୍ତୁ ମହୋତ୍ସବ ମଞ୍ଚରେ କେବଳ ବିଜେଡିର ଅତିଥି ଉପସ୍ଥିତ ଥିବା ଏବଂ ମୁଖ୍ୟଅତିଥିଙ୍କ ପାଇଁ ଉଦ୍ଦିଷ୍ଟ […] The post ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ appeared first on Dharitri Odia News.

ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଲୋଇସିଂହା,୨୮।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାନଟିକା ଜଳେଶ୍ୱର ପୀଠରେ ଶିବରାତ୍ରି ମେଳା ମହାସମାରୋହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ହେଲେ ସନ୍ଧ୍ୟାରେ ଉକ୍ତ ପୀଠରେ ଆୟୋଜିତ ଜଳେଶ୍ୱର ମହୋତ୍ସବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ନ ଦେଇ ଫେରିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜଳେଶ୍ୱର ମହୋତ୍ସବକୁ ସ୍ଥାନୀୟ ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ ମୁଖ୍ୟଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ। କିନ୍ତୁ ମହୋତ୍ସବ ମଞ୍ଚରେ କେବଳ ବିଜେଡିର ଅତିଥି ଉପସ୍ଥିତ ଥିବା ଏବଂ ମୁଖ୍ୟଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଖାଲି ନ ଥିବାରୁ ମନ୍ତ୍ରୀ ମହାଲିଙ୍ଗ ଅସନ୍ତୋଷ ବ୍ୟକ୍ତ କରି ଫେରିଯାଇଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, ସାନଟିକା ଗ୍ରାମସ୍ଥିତ ପ୍ରସିଦ୍ଧ ଜଳେଶ୍ୱର ପୀଠର ଜଳେଶ୍ୱର ମହୋତ୍ସବରେ ତାଙ୍କ ଶେଷ କାର୍ଯ୍ୟକ୍ରମ ରହିଥିଲା। ଲୋଇସିଂହା ବ୍ଲକର ବୁରୋମୁଣ୍ଡା ଗ୍ରାମରେ ଚାଲିଥିବା ମେଳାରେ ଯୋଗଦେଇ ଫେରିଲା ବେଳକୁ ମନ୍ତ୍ରୀ ପହଞ୍ଚତ୍ବାରେ ବିଳମ୍ବ ହେବ ଜାଣି ଆୟୋଜକଙ୍କ ତରଫରୁ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭା କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା।

The post ବିଜେଡି ନେତାଙ୍କୁ ଦେଖି ମଞ୍ଚରୁ ପଳାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ appeared first on Dharitri Odia News.