ବିଜେଡି ନେତାଙ୍କୁ ପ୍ରସନ୍ନଙ୍କ ଚେତାବନୀ; ସାଂଗଠନିକ ନିର୍ବାଚନ ପୂର୍ବରୁ କଲେ ସତର୍କ
କନକ ବ୍ୟୁରୋ : ସାଂଗଠନିକ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେଡି । ଶଙ୍ଖ ଭବନରୁ ନବୀନ ନିବାସ ସବୁଠି ବସୁଛି ଘନ ଘନ ବୈଠକ । ଏହାକୁ ତାଳ ଦେଇ ମେଳି କରି ସାଂଗଠନିକ କ୍ଷମତା ହାତେଇବାକୁ ବ୍ଲକସ୍ତରରୁ ରାଜ୍ୟସ୍ତର ଯାଏଁ ସବୁଠି ଲବି କରୁଛନ୍ତି ନେତା । ତେଣୁ କଡ଼ା ଚେତାବନୀ ଦେଇଛନ୍ତି ବିଜେଡି ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନଙ୍କ ଚେତାବନୀ ଯେ, ସବୁ ବର୍ଗ ଓ ଶ୍ରେଣୀକୁ ନେଇ ଚାଲେ ଦଳୀୟ ସଂଗଠନ । ଦଳ ଏକ ନିର୍ଦ୍ଦିଷ୍ଟ ବର୍ଗ, ଶ୍ରେଣୀ ବା ବ୍ୟକ୍ତିକୁ ନେଇ ଚାଲେ ନାହିଁ । ଯେଉଁ ଦିନ ଦଳ ଏ ଭୁଲ କରିବ, ଲାଭ ହେବା ବଦଳରେ କ୍ଷତି ହେବ । ଏପରିକି ସଭାପତି ଏ ବାବଦରେ ନିଶ୍ଚିତ ସଚେତନ ଅଛନ୍ତି କହି, ସାଙ୍ଗଠନିକ ପଦ ପଦବୀ ପାଇଁ ଲବି ଚଳାଇଥିବା ନେତାଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ପ୍ରସନ୍ନ । ଗୋଟିଏ ପଟରେ ସାଂଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡୁଥିବା ବିଜେଡିର ଟେନସନ ବଢାଉଛି ନେତାଙ୍କ ମେଳି । କାରଣ ଏ ମେଳି ଭୁବନେଶ୍ୱର, କଟକରେ ସିମିତ ନରହି ଏବେ ଆସାମ ଗୌହାଟୀ ଯାଏଁ ପହଞ୍ଚିଲାଣି । ଯାହାକି ଦଳରେ ଅସନ୍ତୋଷ ଚରମରେ ପହଞ୍ଚିବା ନେଇ ଦର୍ଶାଉଛି । ଏପଟେ ସୋମବାର ନିର୍ବାଚନକୁ ଆଖିରେ ରଖି, ସମନ୍ୱୟ କମିଟି ସହ ଅନ୍ୟ କମିଟିର ରୁଦ୍ଧଦ୍ୱାର ବୈଠକ ହୋଇଛି । ଯେଉଁଥିରେ ଫେବୃଆରୀ ପ୍ରଥମ ସପ୍ତାହରେ ଡିଆରଓ ଏବଂ ପରେ ଏଆରଓ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ଏହାପରେ ଦଳୀୟ ସମ୍ବିଧ

କନକ ବ୍ୟୁରୋ : ସାଂଗଠନିକ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେଡି । ଶଙ୍ଖ ଭବନରୁ ନବୀନ ନିବାସ ସବୁଠି ବସୁଛି ଘନ ଘନ ବୈଠକ । ଏହାକୁ ତାଳ ଦେଇ ମେଳି କରି ସାଂଗଠନିକ କ୍ଷମତା ହାତେଇବାକୁ ବ୍ଲକସ୍ତରରୁ ରାଜ୍ୟସ୍ତର ଯାଏଁ ସବୁଠି ଲବି କରୁଛନ୍ତି ନେତା । ତେଣୁ କଡ଼ା ଚେତାବନୀ ଦେଇଛନ୍ତି ବିଜେଡି ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ।
ପ୍ରସନ୍ନଙ୍କ ଚେତାବନୀ ଯେ, ସବୁ ବର୍ଗ ଓ ଶ୍ରେଣୀକୁ ନେଇ ଚାଲେ ଦଳୀୟ ସଂଗଠନ । ଦଳ ଏକ ନିର୍ଦ୍ଦିଷ୍ଟ ବର୍ଗ, ଶ୍ରେଣୀ ବା ବ୍ୟକ୍ତିକୁ ନେଇ ଚାଲେ ନାହିଁ । ଯେଉଁ ଦିନ ଦଳ ଏ ଭୁଲ କରିବ, ଲାଭ ହେବା ବଦଳରେ କ୍ଷତି ହେବ । ଏପରିକି ସଭାପତି ଏ ବାବଦରେ ନିଶ୍ଚିତ ସଚେତନ ଅଛନ୍ତି କହି, ସାଙ୍ଗଠନିକ ପଦ ପଦବୀ ପାଇଁ ଲବି ଚଳାଇଥିବା ନେତାଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ପ୍ରସନ୍ନ ।
ଗୋଟିଏ ପଟରେ ସାଂଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡୁଥିବା ବିଜେଡିର ଟେନସନ ବଢାଉଛି ନେତାଙ୍କ ମେଳି । କାରଣ ଏ ମେଳି ଭୁବନେଶ୍ୱର, କଟକରେ ସିମିତ ନରହି ଏବେ ଆସାମ ଗୌହାଟୀ ଯାଏଁ ପହଞ୍ଚିଲାଣି । ଯାହାକି ଦଳରେ ଅସନ୍ତୋଷ ଚରମରେ ପହଞ୍ଚିବା ନେଇ ଦର୍ଶାଉଛି । ଏପଟେ ସୋମବାର ନିର୍ବାଚନକୁ ଆଖିରେ ରଖି, ସମନ୍ୱୟ କମିଟି ସହ ଅନ୍ୟ କମିଟିର ରୁଦ୍ଧଦ୍ୱାର ବୈଠକ ହୋଇଛି । ଯେଉଁଥିରେ ଫେବୃଆରୀ ପ୍ରଥମ ସପ୍ତାହରେ ଡିଆରଓ ଏବଂ ପରେ ଏଆରଓ ନିଯୁକ୍ତି ପାଇବେ ବୋଲି ନିଷ୍ପତ୍ତି ହୋଇଛି । ଏହାପରେ ଦଳୀୟ ସମ୍ବିଧାନ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏପଟେ ଚଳିତ ସାଂଗଠନିକ ନିର୍ବାଚନ ବିଜେଡି ପାଇଁ ଏତେ ସହଜ ହେବ ନାହିଁ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।
ଏହାରି ଭିତରେ ପ୍ରଥମଥର ପାଇଁ କ୍ଷମତାରୁ ଦୂରରେ ରହିଥିବା ବିଜେଡିର ପରାଜିତ ବିଧାୟକ ପ୍ରାର୍ଥୀ ମଧ୍ୟ କଳେ ବଳେ କୌଶଳେ କ୍ଷମତା ଦାଖଲ ପାଇଁ ଚେଷ୍ଟା ଚଳାଇଛନ୍ତି । ତେଣୁ ଆଗାମୀ ଦନରେ ଦଳ କେଉଁମାନଙ୍କୁ ସାମ୍ନାକୁ ଆଣୁଛି ତାହା ଦେଖିବାର କଥା ।