ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ କିଛି ଅସାମାଜିକ ଯୁବକ ତାଙ୍କ ଘର ଉପରକୁ ରାତିରେ ପଥର ମାରିଥିଲେ ଏବଂ ଗତ କାଲି ଉକ୍ତ ଘଟଣାର ସମାଧାନ ହୋଇଥିଲା। ରାତିରେ ଖାଇପିଇ ଛାତ ଉପରେ ଶୋଇଥିଲାବେଳେ ଆଜି […] The post ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ appeared first on Dharitri Odia News.

ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ଛେଣ୍ଡିପଦା,୨୮।୫: ଅନୁଗୋଳ ଜିଲା ଜରପଡା ଥାନା ଜେରେଙ୍ଗ ଦେହୁରୀ ସାହିର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ବିଭୁତି ଗଡ଼ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜନୈତିକ ଘଟଣାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ କିଛି ଅସାମାଜିକ ଯୁବକ ତାଙ୍କ ଘର ଉପରକୁ ରାତିରେ ପଥର ମାରିଥିଲେ ଏବଂ ଗତ କାଲି ଉକ୍ତ ଘଟଣାର ସମାଧାନ ହୋଇଥିଲା। ରାତିରେ ଖାଇପିଇ ଛାତ ଉପରେ ଶୋଇଥିଲାବେଳେ ଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ ବିଭୁତିଙ୍କ ମୃତଦେହ ଘର ସମ୍ମୁଖରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ରାଜନୈତିକ ଶତ୍ରୁତାକୁ ନେଇ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି l ଏ ନେଇ ଜରପଡା ଥାନାକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମକୁ ନେଇ ଛାନଭିନ ଚଳାଇଛି l

The post ବିଜେଡି ନେତାଙ୍କୁ ହତ୍ୟା: ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ appeared first on Dharitri Odia News.