ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ନୀରବତା ଭାଙ୍ଗିଛନ୍ତି। ଶାମି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା କେବଳ ଏକ ଗୁଜବ ଯାହାର ମୁଣ୍ଡ ନାହିଁ କି ଗୋଡ ନାହିଁ। ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଶାମି କଡା ଜବାବ ମଧ୍ୟ ଦେଇଛନ୍ତି। ଶାମିଙ୍କର ତାଙ୍କ ପତ୍ନୀ ହସିନ ଜାହାନଠାରୁ ଛାଡପତ୍ର ହୋଇଥିଲା। ହସିନ ଜାହାନ ଶାମିଙ୍କ ଉପରେ […] The post ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି appeared first on Dharitri Odia News.

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ନୀରବତା ଭାଙ୍ଗିଛନ୍ତି। ଶାମି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା କେବଳ ଏକ ଗୁଜବ ଯାହାର ମୁଣ୍ଡ ନାହିଁ କି ଗୋଡ ନାହିଁ। ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଶାମି କଡା ଜବାବ ମଧ୍ୟ ଦେଇଛନ୍ତି।

ଶାମିଙ୍କର ତାଙ୍କ ପତ୍ନୀ ହସିନ ଜାହାନଠାରୁ ଛାଡପତ୍ର ହୋଇଥିଲା। ହସିନ ଜାହାନ ଶାମିଙ୍କ ଉପରେ ଆକ୍ରମଣ ଏବଂ ଘରୋଇ ହିଂସା ସମେତ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ସାନିଆ ମିର୍ଜା ମଧ୍ୟ ଚଳିତ ବର୍ଷ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ସହ ତାଙ୍କର ୧୩ବର୍ଷର ସମ୍ପର୍କକୁ ଶେଷ କରିଛନ୍ତି। ଶୋଏବ ମଲିକ ପାକିସ୍ତାନୀ ମଡେଲ ସାନା ଜାଭେଦଙ୍କୁ ବିବାହ କରିଥିଲେ। ସେବେଠାରୁ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ଗୁଜବ ପ୍ରଚାରିତ ହେଉଥିଲା।
ଶୁଭଙ୍କର ମିଶ୍ରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଶାମି ଏ ବିଷୟରେ ଖୋଲାଖୋଲି ଭାବେ କହିଥିଲେ ଏବଂ ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ନିନ୍ଦା କରିଥିଲେ।
ଶାମି କହିଛନ୍ତି, ମୁଁ କେବଳ ଗୋଟିଏ କଥା କହିବାକୁ ଚାହେଁ। ଯଦି ଆପଣଙ୍କର ଦମ୍‌ ଅଛି ତେବେ ଭେରିଫାଏଡ ପେଜ ମାଧ୍ୟମରେ କହି ଏହାକୁ ଦେଖାନ୍ତୁ, ତେବେ ଆମେ ଆପଣଙ୍କୁ କହିବୁ। ଅନ୍ୟର ଗୋଡ ଟାଣିବା ବହୁତ ସହଜ ଅଟେ। ସଫଳତା ହାସଲ କରନ୍ତୁ, ଆପଣଙ୍କ ଲେଭଲ ବଢାନ୍ତୁ, ଜାଣିବୁ ଆପଣ ଭଲ ଲୋକ।

The post ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଶାମି appeared first on Dharitri Odia News.