ବିଜେଡି ପରାଜୟର କ’ଣ ବଡ଼ କାରଣ କହିଲେ ମଙ୍ଗଳା କିଷାନ

ନିର୍ବାଚନରେ ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ଚାଲିଛନ୍ତି । ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ବିଜେଡି ପରାଜୟ ବରଣ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ବିଜେଡି କାହିଁକି ଏତେ ବଡ଼ ପରାଜୟ କଲା ସେନେଇ ନାନା କଥା ସାମ୍ନାକୁ ଆସୁଛି। ଏପରିକି […] The post ବିଜେଡି ପରାଜୟର କ’ଣ ବଡ଼ କାରଣ କହିଲେ ମଙ୍ଗଳା କିଷାନ appeared first on Dharitri Odia News.

ବିଜେଡି ପରାଜୟର କ’ଣ ବଡ଼ କାରଣ କହିଲେ ମଙ୍ଗଳା କିଷାନ

ନିର୍ବାଚନରେ ବିଜେଡି ପରାଜୟ ନେଇ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ଚାଲିଛନ୍ତି । ୨୪ ବର୍ଷର ବିଜେଡି ଗାଦିକୁ ହଟାଇ ଭାଜପା ପ୍ରଥମଥର ପାଇଁ ରାଜ୍ୟରେ ସରକାର ଗଢିଛି। ଏବେ ବି ବିଜେଡି ପରାଜୟର କାରଣ ଖୋଜୁଛି। ବିଜେଡି ପରାଜୟ ବରଣ କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ବିଜେଡି କାହିଁକି ଏତେ ବଡ଼ ପରାଜୟ କଲା ସେନେଇ ନାନା କଥା ସାମ୍ନାକୁ ଆସୁଛି। ଏପରିକି ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଜଣଙ୍କ ପରେ ଜଣେ ମୁହଁ ଖୋଲି ହାରିବାର କାରଣ କହୁଛନ୍ତି। ଆଉ କିଛି ନେତା ଚୁପ୍‌ ହୋଇ ହାରିବାର କାରଣ ଖୋଜୁଛନ୍ତି।

ପ୍ରଦୀପ ମାଝୀ, ଅବିନାଶ ସାମଲ, ମହୀଧର ରଣାଙ୍କ ପରେ ଶନିବାର ଅନୁସୂଚିତ ଜନଜାତି ବୈଠକରେ ପରାଜୟର କାରଣ କହିଛନ୍ତି ବରିଷ୍ଠ ବିଜେଡି ନେତା ମଙ୍ଗଳା କିଷାନ । ସେ କହିଛନ୍ତି, ଆଦିବାସୀ ବହୁଳ ଜିଲାରେ ଆମ ଲୋକଙ୍କ ମଧ୍ୟରେ ଭୁଲ ବୁଝାମଣା ହେବାରୁ ଦଳର ପରାଜୟ ହୋଇଛି । ସଂଗଠନ ମଧ୍ୟ ଜିଲାସ୍ତରରେ ବହୁତ ସ୍ଥାନରେ ଦୁର୍ବଳ ଥିଲା । ତାକୁ ଅଣଦେଖା କରାଗଲା । ଯେଉଁମାନେ ସଂଗଠନ ଦାୟିତ୍ୱରେ ଥିଲେ ସେମାନେ ସମୟ ସମୟରେ ଯାଇ ଜିଲା ସ୍ତରରେ ନୂଆ ନୂଆ ପ୍ରାର୍ଥୀ ସୃଷ୍ଟି କଲେ । ସେଥିପାଇଁ ଆମର ଫଳାଫଳ ଖରାପ ହେଲା ବୋଲି କହିଛନ୍ତି ମଙ୍ଗଳା କିଷାନ ।

ଅନ୍ୟପକ୍ଷରେ ଏହି ହାରିବାକୁ ନେଇ ବୌଦ୍ଧ ଜିଲା କଣ୍ଟାମାଳର ପୂର୍ବତନ ବିଧାୟକ ମହୀଧର କହିଛନ୍ତି, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା। ଯେଉଁଥିପାଇଁ ଦଳ ପରାଜିତ ହେଲା। ଏଥିସହିତ ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନାହିଁ। ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନ ଯିବାରୁ ଦଳ ହାରିଗଲା। ସବୁଠୁ ବଡ଼ କାରଣ ହେଲା ଭାଜପା ତୁଳନାରେ ବିଜେଡିର ନିର୍ବାଚନୀ ଇସ୍ତାହାର ସେତେଟ ଆଖିଦୃଶିଆ ନ ଥିଲା। ଫଳରେ ଦଳକୁ ପରାଜୟ ଭୋଗିବାକୁ ପଡ଼ିଲା।

ସେହିପରି ପୂର୍ବରୁ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଦଳର ପରାଜୟ ଉପରେ ଖୋଲାଖୋଲି ନିଜ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେ କହିଥିଲେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନ ବୁଲିବା କାରଣରୁ ବିଜେଡିର ପରାଜୟବରଣ କରିଛି। ବିଜେଡିର ସବୁ ସ୍ଥାନରେ ଭୋଟ ଅଛି, କିନ୍ତୁ ନବୀନ ବୁଲିଲେନି। ନବୀନ ସମୟ ଦେଇ ନ ପାରିବାରୁ କିଛି ସ୍ଥାନରେ ସଂଗଠନ କ୍ଷତିଗ୍ରସ୍ତ ହେଲା। ସେ ଆଉଥରେ ବୁଲିଲେ ସଂଗଠନ ଫେରିଆସିବ ବୋଲି ଆଶା ରହିଛି।

ଏହାପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଥିଲେ। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।

ସୂଚନାଯୋଗ୍ୟ,ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି।

ସେପଟେ ଗତକାଲି ପରାଜୟ ନେଇ ବଡ଼ ବୟାନ ରଖିଥିଲେ ପୂର୍ବତନ ବିଧାୟକ ମହୀଧର ରଣା । ସେ କହିଥିଲେ, ଆମ ନିଜ ନିଜ ଭିତରେ ଆକ୍ରୋଶ ମନୋଭାବ ରହିଲା । ନିର୍ବାଚନରେ ପଞ୍ଚାୟତ, ବ୍ଲକ ସଭାପତିଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଗଲାନି । ଦାୟିତ୍ୱ ଓ ଗୁରୁତ୍ୱ ଦିଆ ନ ଯିବାରୁ ଦଳର ପରାଜୟ ହେଲା ବୋଲି କହିଛନ୍ତି ପୂର୍ବତନ ବିଧାୟକ ମହୀଧର ରଣା ।

The post ବିଜେଡି ପରାଜୟର କ’ଣ ବଡ଼ କାରଣ କହିଲେ ମଙ୍ଗଳା କିଷାନ appeared first on Dharitri Odia News.