ବିଜେଡି ଭିତରେ ଯେପରି ରାଜନୀତି ହେଉଛି ତାର ବିସ୍ଫୋରଣ ଆମେ ଦେଖିବା: ପିଏମ୍ ମୋଦୀ
କେନ୍ଦ୍ରାପଡ଼ା: ମୟୂରଭଞ୍ଜ, ବାଲେଶ୍ୱର ପରେ କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସାମାବେଶକୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିଛନ୍ତି । ଏଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଜୁନ୍ ୪ ପରେ ଓଡ଼ିଶା ବିକାଶର ନୂଆ ଯାତ୍ରାରେ ବହାରିବ । ଏହାସହ ସେ କହିଛନ୍ତି, 'ଆଜି ମୁଁ ଏଠି ଆପଣଙ୍କୁ ଗୋଟିଏ ଜିନିଷ ଦେବା ପାଇଁ ଏବଂ ଗୋଟିଏ ଜିନିଷ ନେବା ପାଇଁ ଆସିଛି । ମୁଁ ଆପଣମାନଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ଆଉ ଜୁନ୍ ୧୦ ପାଇଁ ନିମନ୍ତ୍ରଣ ଦେବାକୁ ଆସିଛି ।'ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସେହି ଗୋଷ୍ଠୀଙ୍କଠାରୁ ମୁକ୍ତ ହେବାକୁ ଯାଉଛି, ଯିଏ ଓଡ଼ିଶା ସରକାର ଏବଂ ଓଡ଼ିଶାର ସଂସ୍କୃତି ଉପରେ କବଜା କରିବାକୁ ଚାହୁଁଛି । ତେଣୁ ଓଡ଼ିଶା ସ୍ଥିର କରି ସାରିଛି ଏଥର ଡବଲ ଇଞ୍ଜିନ ସରକାର । କେବେଳ ଓଡ଼ିଶା ନୁହେଁ ସାରା ଦେଶ ତୃତୀୟ ଥର ପାଇଁ ଏକ ମଜଭୁତ ସରକାର ଉପରେ ମୋହର ମାରିଛନ୍ତି । ଗତ ୧୦ ବର୍ଷରେ ଯାହା ହୋଇଛି, ତାହା କେବଳ ଟ୍ରେଲର । ଆଗାମୀ ୫ ବର୍ଷରେ ଭାରତକୁ ଗୋଲାମୀର ମାନସିକତାକୁ ମୁକ୍ତ କରିବାର କାମ କରାଯିବ । ଜୁନ୍ ୪ ପରବର୍ତ୍ତୀ ୬ ମାସରେ ଦେଶ ବିକାଶର ଏକ ନୂଆ ଗତି ଧରିବ । ଏହା ବ୍ୟତୀତ ଏହି ଛଅ ମାସରେ ରାଜନୀତିରେ ତୋଫାନ ଆଣିବ । ପରିବାରବାଦ ରାତନୀତି କରୁଥିବା ପାର୍ଟିର କର୍ମୀ ନିରାଶ ଅଛନ୍ତି । ତେଣୁ ଆଗାମୀ ୬ ମାସରେ ପରିବାରବ
କେନ୍ଦ୍ରାପଡ଼ା: ମୟୂରଭଞ୍ଜ, ବାଲେଶ୍ୱର ପରେ କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ସଂକଳ୍ପ ସାମାବେଶକୁ ପ୍ରଧାନମନ୍ତ୍ରୀ ସମ୍ୱୋଧନ କରିଛନ୍ତି । ଏଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଜୁନ୍ ୪ ପରେ ଓଡ଼ିଶା ବିକାଶର ନୂଆ ଯାତ୍ରାରେ ବହାରିବ । ଏହାସହ ସେ କହିଛନ୍ତି, 'ଆଜି ମୁଁ ଏଠି ଆପଣଙ୍କୁ ଗୋଟିଏ ଜିନିଷ ଦେବା ପାଇଁ ଏବଂ ଗୋଟିଏ ଜିନିଷ ନେବା ପାଇଁ ଆସିଛି । ମୁଁ ଆପଣମାନଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି ଆଉ ଜୁନ୍ ୧୦ ପାଇଁ ନିମନ୍ତ୍ରଣ ଦେବାକୁ ଆସିଛି ।'
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସେହି ଗୋଷ୍ଠୀଙ୍କଠାରୁ ମୁକ୍ତ ହେବାକୁ ଯାଉଛି, ଯିଏ ଓଡ଼ିଶା ସରକାର ଏବଂ ଓଡ଼ିଶାର ସଂସ୍କୃତି ଉପରେ କବଜା କରିବାକୁ ଚାହୁଁଛି । ତେଣୁ ଓଡ଼ିଶା ସ୍ଥିର କରି ସାରିଛି ଏଥର ଡବଲ ଇଞ୍ଜିନ ସରକାର । କେବେଳ ଓଡ଼ିଶା ନୁହେଁ ସାରା ଦେଶ ତୃତୀୟ ଥର ପାଇଁ ଏକ ମଜଭୁତ ସରକାର ଉପରେ ମୋହର ମାରିଛନ୍ତି । ଗତ ୧୦ ବର୍ଷରେ ଯାହା ହୋଇଛି, ତାହା କେବଳ ଟ୍ରେଲର । ଆଗାମୀ ୫ ବର୍ଷରେ ଭାରତକୁ ଗୋଲାମୀର ମାନସିକତାକୁ ମୁକ୍ତ କରିବାର କାମ କରାଯିବ । ଜୁନ୍ ୪ ପରବର୍ତ୍ତୀ ୬ ମାସରେ ଦେଶ ବିକାଶର ଏକ ନୂଆ ଗତି ଧରିବ । ଏହା ବ୍ୟତୀତ ଏହି ଛଅ ମାସରେ ରାଜନୀତିରେ ତୋଫାନ ଆଣିବ । ପରିବାରବାଦ ରାତନୀତି କରୁଥିବା ପାର୍ଟିର କର୍ମୀ ନିରାଶ ଅଛନ୍ତି । ତେଣୁ ଆଗାମୀ ୬ ମାସରେ ପରିବାରବାଦ ପାର୍ଟି ଭୁଶୁଡ଼ିବା ଆମେ ଦେଖିବା ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ଓଡ଼ିଶାର ରାଜନୀତିରେ ବି ନୂଆ ଭୂକମ୍ପ ଦେଖିବାକୁ ମିଳିବ । ବିଜେଡି ଭିତରେ ଯେପରି ରାଜନୀତି ହେଉଛି ତାର ବିସ୍ଫୋରଣ ଆମେ ଦେଖିବା । ଓଡ଼ିଶା ସବୁ ପର୍ଯ୍ୟାୟରେ ବିଜେପି ଏମପି ଏବଂ ଏମଏଲଏ ପାଇଁ ବମ୍ଫର ଭୋଟିଂ କରିଛି । ଓଡ଼ିଶା ୨୫ ପରେ ପରିବର୍ତ୍ତନ ପାଇଁ ଭୋଟ ଦେଇଛି । ଓଡ଼ିଶା ଦାଦନ ଶାସନ ହଟାଇବା ପାଇଁ ଏବଂ ଓଡ଼ିଶାକୁ ବିକଶିତ କରିବା ପାଇଁ ଭୋଟ ଦେଇଛି । ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ ନେଇ ଯେଉଁ ଆଶଂକା ରହିଛି ତାକୁ ହଟାଇବା ପାଇଁ ଓଡ଼ିଶା ଭୋଟ ଦେଇଛି । ବିଜେପି ଆସିଲେ ଜଗନ୍ନାଥ ମନ୍ଦିରର ସମସ୍ତ ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ମୋର ପ୍ରତିଶ୍ରୁତି । ଆପଣଙ୍କ ଜୀବନ ସରଳ ହେଉ ଏବଂ ଚିନ୍ତା ଦୂର ହେଉ ଏହା ମୋଦୀର ସଙ୍କଳ୍ପ । ଓଡ଼ିଶା ଏବଂ ବିଜେପି ନୂଆ ଇତିହାସ ରଚିବା ପାଇଁ ଯାଉଛନ୍ତି ।'