ବିଜେଡି ମିଶ୍ରଣ ପର୍ବ : ବିଜେଡିରେ ସାମିଲ ହେଲେ ବିଜେପିରୁ ଲଢିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମର୍ଥକ

ଆଠଗଡ ୧୨।୪: ଆଠଗଡରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ଦଳରେ ସାମିଲ ହେଲେ ବିଜେପି ନେତା । ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ତିଗିରିଆ ୧୪ନଂ ମଣ୍ଡଳ ସଭାପତି ତଥା  ତିଗିରିଆ ଜୋନରୁ ଲଢିଥିବା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ତାଙ୍କ   ସମର୍ଥକ ମାନଙ୍କ ସହ ତିଗିରିଆ ବିଜେପିର ଯୁବମୋର୍ଚ୍ଚା ସଭାପତି, ସରପଞ୍ଚ ଲଢିଥିବା ପ୍ରାର୍ଥିନୀ, ତାଙ୍କ ସମର୍ଥକଙ୍କୁ ନେଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଆଠଗଡ ବ୍ଲକର ୩ନଂ ଜୋନରୁ ବିଜେପିରୁ ଲଢିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ରଂଜନ ସେନାପତି ତାଙ୍କ ସମର୍ଥକ ମାନଙ୍କ ସହ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବା ସହ ନିର୍ବାଚନରେ ଭୋଟ୍ ସଂଖ୍ୟା ବଢାଇବେ ବୋଲି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।You Can Read:ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ପ୍ରସନ୍ନଙ୍କୁ କଚାଡି ମାରିଲା ଦନ୍ତା

ବିଜେଡି ମିଶ୍ରଣ ପର୍ବ : ବିଜେଡିରେ ସାମିଲ ହେଲେ ବିଜେପିରୁ ଲଢିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ସମର୍ଥକ

ଆଠଗଡ ୧୨।୪: ଆଠଗଡରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ଦଳରେ ସାମିଲ ହେଲେ ବିଜେପି ନେତା । ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପସ୍ଥିତିରେ ତିଗିରିଆ ୧୪ନଂ ମଣ୍ଡଳ ସଭାପତି ତଥା  ତିଗିରିଆ ଜୋନରୁ ଲଢିଥିବା ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ତାଙ୍କ   ସମର୍ଥକ ମାନଙ୍କ ସହ ତିଗିରିଆ ବିଜେପିର ଯୁବମୋର୍ଚ୍ଚା ସଭାପତି, ସରପଞ୍ଚ ଲଢିଥିବା ପ୍ରାର୍ଥିନୀ, ତାଙ୍କ ସମର୍ଥକଙ୍କୁ ନେଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆଠଗଡ ବ୍ଲକର ୩ନଂ ଜୋନରୁ ବିଜେପିରୁ ଲଢିଥିବା ଜିଲ୍ଲା ପରିଷଦ ପ୍ରାର୍ଥୀ ରଂଜନ ସେନାପତି ତାଙ୍କ ସମର୍ଥକ ମାନଙ୍କ ସହ ଯୋଗ ଦେଇଥିଲେ । ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନାରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ମିଶି ଦଳର ସଂଗଠନକୁ ସୁଦୃଢ କରିବା ସହ ନିର୍ବାଚନରେ ଭୋଟ୍ ସଂଖ୍ୟା ବଢାଇବେ ବୋଲି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

You Can Read:

ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ, ପ୍ରସନ୍ନଙ୍କୁ କଚାଡି ମାରିଲା ଦନ୍ତା