ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ରବିବାର ରାଜ୍ୟରେ ଭାଜପା ହେଭିଓ୍ବେଟ ନେତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର କରିଛନ୍ତି। ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ସେ ଯୋଗଦେଇ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି। ଜୟ ଜଗନ୍ନାଥ କହି ଭାଜପା ଆରମ୍ଭ କରି ନଡ୍ଡା […] The post ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା appeared first on Dharitri Odia News.

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ରବିବାର ରାଜ୍ୟରେ ଭାଜପା ହେଭିଓ୍ବେଟ ନେତା ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନ ପ୍ରଚାର କରିଛନ୍ତି। ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ସେ ଯୋଗଦେଇ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ନିହାତି ଆବଶ୍ୟକ ବୋଲି କହିଛନ୍ତି।
ଜୟ ଜଗନ୍ନାଥ କହି ଭାଜପା ଆରମ୍ଭ କରି ନଡ୍ଡା କହିଛନ୍ତି, ଓଡ଼ିଶାକୁ ଆଗକୁ ନେବାକୁ ନିର୍ବାଚନ ଇଏ। ମୋଦିଙ୍କ ବିକାଶକୁ ପହଞ୍ଚାଇବାକୁ ହେଲେ ଓଡ଼ିଶାରେ ଭାଜପା ସରକାର ଗଠନ ହେବା ଜରୁରୀ। ଓଡ଼ିଶାର ୩ କୋଟି ୨୦ ଲକ୍ଷ ଲୋକଙ୍କୁ ମାଗଣା ରାଶନ ମିଳିଛି। ଗତ ୫ ବର୍ଷରେ ୪ କୋଟି ପକ୍କା ଘର ବଣ୍ଟନ କରାଯାଇଛି। ୧୦ କୋଟି ୭୪ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାରତ ସୁବିଧା ମିଳୁଛି। କିନ୍ତୁ ଆୟୁଷ୍ମାନ ଭାରତ ଯୋଜନାରୁ ଏଠାରେ ଓଡ଼ିଶାର ଲୋକଙ୍କୁ ବଞ୍ଚିତ କରିଛନ୍ତି ଏ ସରକାର। ଏଭଳି ସରକାର ରହିବା ଅପେକ୍ଷା ବଦଳିବା ଦରକାର। ବିପକ୍ଷ ଥିବା ସତ୍ତ୍ୱେ ଓଡ଼ିଶାକୁ କେନ୍ଦ୍ରରୁ ସର୍ବାଧିକ ଅନୁଦାନ ମିଳିଛି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେଶନ କାମ ଚାଲିଛି।

The post ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା appeared first on Dharitri Odia News.