ବିଜେଡିକୁ ଚକ୍‌ମା ଦେଲା ବିଜେପି; ଖଲ୍ଲିକୋଟ ବ୍ଲକକୁ ହାତେଇଲା

ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ବିଜେପି ସମର୍ଥିତ ଚିକିଲି ପଞ୍ଚାୟତର ସମିତି ସଭ୍ୟା କୁମାରୀ ଦାଶ ନାମାଙ୍କନ ଦାଖଲ କରିଥିଲେ।

ବିଜେଡିକୁ ଚକ୍‌ମା ଦେଲା ବିଜେପି; ଖଲ୍ଲିକୋଟ ବ୍ଲକକୁ ହାତେଇଲା

ଗଞ୍ଜାମ ରାଜନୀତି ସରଗରମ ହୋଇଛି। ଆଜି ହୋଇଥିବା ଉପନିର୍ବାଚନରେ ବିଜେଡିକୁ ଚକ୍‌ମା ଦେଇଛି ବିଜେପି। ଆଉ ଖଲ୍ଲିକୋଟ ବ୍ଲକକୁ ହାତେଇଛି। ପୂର୍ବତନ ବିଜେଡି ବିଧାୟକଙ୍କ ସ୍ୱାମୀଙ୍କୁ ପରାସ୍ତ କରି ବିଜେପି ଉଡାଇଛି ବିଜୟ ବାନା।

ଖଲ୍ଲିକୋଟ ବ୍ଲକ୍‌ରେ ମୋଟ ୨୯ଟି ପଞ୍ଚାୟତରେ ୨୯ଟି ସମିତି ସଭ୍ୟ/ସଭ୍ୟା ଜିତିଛନ୍ତି ରହିଛି। ବିଜେଡି ସମର୍ଥିତ ବ୍ଲକ୍‌ ଅଧ୍ୟକ୍ଷ ହୋଇଥିଲେ ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରା। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ବେହେରା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ବିଜେଡି ସମର୍ଥିକ ସମିତି ସଭ୍ୟ/ସଭ୍ୟାମାନେ ବିଜେପି ଆଡେ ମୁହାଁଇଥିଲେ। ଯେଉଁଥିପାଇଁ ସାଧାରଣ ନିର୍ବାଚନରେ ନିର୍ବାଚନରେ ବିଜେଡି ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ପରାସ୍ତ ହୋଇଥିଲା।

ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବ୍ଲକ ଅଧ୍ୟକ୍ଷ ପାଇଁ ଆଜି ବିଜେପି ସମର୍ଥିତ ଚିକିଲି ପଞ୍ଚାୟତର ସମିତି ସଭ୍ୟା କୁମାରୀ ଦାଶ ନାମାଙ୍କନ ଦାଖଲ କରିଥିଲେ। ଠିକ୍‌ ସେମିତି ବିଜେଡି ସମର୍ଥିତ ଦାନପୁର ପଞ୍ଚାୟତର ସମିତି ସଭ୍ୟ ତଥା ପୂର୍ବତନ ବିଧାୟକ ସୂର୍ଯ୍ୟମଣି ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରା ନାମାଙ୍କନ ଭରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ନିର୍ବାଚନ ପ୍ରକ୍ରିୟା। ମତଦାନ ପାଇଁ ବ୍ଲକ ଅଫିସରେ ପହଞ୍ଚିଥିଲେ ୨୮ ଜଣ ସମିତି ସଭ୍ୟ। ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିବାରୁ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତ ସମିତି ସଭ୍ୟ ଅନୁପସ୍ଥିତ ରହିଥିଲେ।

ମତଦାନରେ ବିଜେପି ସମର୍ଥିତ କୁମାରୀ ଦାଶ ୨୫ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଦୈତାରୀ ମାତ୍ର ୩ ଖଣ୍ଡ ଭୋଟ୍‌ ପାଇଥିଲେ। ଦୀର୍ଘ ୨୪ ବର୍ଷ ପରେ ଖଲ୍ଲିକୋଟ ବ୍ଲକ୍‌ ଅଧ୍ୟକ୍ଷ ପଦକୁ ବିଜେପି ହାଇଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଛି।

ରିପୋର୍ଟ- ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ