ବିଜେଡିର ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ କ୍ୟାମ୍ପେନ ଆରମ୍ଭ

ଭୁବନେଶ୍ୱର : ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ। ବିଜେଡିର ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ କହିଲେ, ବିଜେଡି ୭୫ ପ୍ରତିଶତ ବିଧାନସଭା ଆସନ ଜିତିବ। ଏଥର ସମାନ ପରିମାଣର ଲୋକସଭା ଆସନ ଜିତିବା ଉପରେ ବିଜେଡିର ଫୋକସ। ବିଜେଡି ୨୦୧୯ରେ ୭୬ ପ୍ରତିଶତ ବିଧାନସଭା ଆସନ ଜିତିଥିଲା। କିନ୍ତୁ ଲୋକସଭା କ୍ଷେତ୍ରରେ ୫୭ ପ୍ରତିଶତ ଲୋକସଭା ଆସନ ଜିତିଥିଲା। ତେଣୁ ଏଥର ଡବଲ ଶଙ୍ଖ ଉପରେ ଫୋକସ କରିଛି ବିଜେଡି। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନର […] The post ବିଜେଡିର ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ କ୍ୟାମ୍ପେନ ଆରମ୍ଭ appeared first on KNews Odisha.

ବିଜେଡିର ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ କ୍ୟାମ୍ପେନ ଆରମ୍ଭ
vk pandian.

ଭୁବନେଶ୍ୱର : ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ। ବିଜେଡିର ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ କହିଲେ, ବିଜେଡି ୭୫ ପ୍ରତିଶତ ବିଧାନସଭା ଆସନ ଜିତିବ। ଏଥର ସମାନ ପରିମାଣର ଲୋକସଭା ଆସନ ଜିତିବା ଉପରେ ବିଜେଡିର ଫୋକସ। ବିଜେଡି ୨୦୧୯ରେ ୭୬ ପ୍ରତିଶତ ବିଧାନସଭା ଆସନ ଜିତିଥିଲା।

କିନ୍ତୁ ଲୋକସଭା କ୍ଷେତ୍ରରେ ୫୭ ପ୍ରତିଶତ ଲୋକସଭା ଆସନ ଜିତିଥିଲା। ତେଣୁ ଏଥର ଡବଲ ଶଙ୍ଖ ଉପରେ ଫୋକସ କରିଛି ବିଜେଡି। ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନର ବୈଠକରେ ଡବଲ ଶଙ୍ଖର ଅପିଲ୍ କରିଛନ୍ତି ପାଣ୍ଡିଆନ୍। ବିଜେପିର କ୍ୟାମ୍ପେନର ଫୋକସ ଡବଲ ଇଞ୍ଜିନ ସରକାର ଥିବା ବେଳେ ବିଜେଡି ଡବଲ ଶଙ୍ଖ କ୍ୟାମ୍ପେନ ଆରମ୍ଭ କରିଛି

ଖ୍ୟମନ୍ତ୍ରୀଙ୍କ ପାଇଁ ଥରେ ନୁହଁ ଦୁଇ ଥର ଆଶୀର୍ବାଦ ଆଣ। ଏଥର ଦି ଥର ଶଙ୍ଖ। ବିଜୁ ଶ୍ରମିଖ ସାମ୍ମୁଖ୍ୟ ସମ୍ମିଳନୀରେ, ବିଭିନ୍ନ ଶ୍ରମିକ ସଂଗଠନ କର୍ମକର୍ତ୍ତାଙ୍କୁ ଫାଇଭ ଟି ଅଧ୍ୟକ୍ଷଙ୍କ ଆହ୍ବାନ। ଏଥର ମୁଖ୍ୟମନ୍ତ୍ରୀ ପୁଣି ଆସିବେ। ରେକର୍ଡ ମାର୍ଜିନରେ ଆସିବେ। କିନ୍ତୁ ୨୦୧୯ରେ ସାଂସଦ ନିର୍ବାଚନରେ ବିଜେଡିକୁ ସେତେ ସମ୍ମାନ ମିଳିନଥିଲା।

ଏଥର ସମ୍ମାନ ଆଣିବା ପାଇଁ, ଦୁଇଟି ଶଙ୍ଖରେ ଭୋଟ୍ ପାଇଁ କାର୍ଯ୍ୟ କରିବାକୁ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପ୍ରାର୍ଥୀଙ୍କୁ ଦେଖିବେ ନାହିଁ, ଶଙ୍ଖ ଟିହ୍ନକୁ ଦେଖିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି ଭାବିବେ। ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଆହ୍ବାନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

The post ବିଜେଡିର ଡବଲ ଶଙ୍ଖ ବନାମ ଡବଲ ଇଞ୍ଜିନ କ୍ୟାମ୍ପେନ ଆରମ୍ଭ appeared first on KNews Odisha.