କୂଅରେ ପଡି ଯୁବକ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ

ଟାଙ୍ଗୀ : କୂଅରେ ପଡି ଯୁବକ ମୃତ । ମୃତ ଯୁବକଙ୍କ ନାମ ବୁଲୁ ମୁଦୁଲି (୩୬) । ପିତା -ଗଦାଧର ମୁଦୁଲି । ଘର ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ପାରିଓରଡ଼ ଟୁଟୁମ୍ବର ପଲ୍ଲୀ ଗ୍ରାମରେ । ପ୍ରତିଦିନ ପରି ଗତକାଲି ରାତିରେ ଖିଆପିଆ କରି ଶୋଇବାକୁ ଯାଇଥିଲେ। ସକାଳୁ ବୁଲୁ ମୁଦୁଲିକୁ ଘରୁ ନପାଇବାରୁ ପରିବାର ଲୋକେ ଚାରିଆଡେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ଖୋଜ ଖବର ମିଳିନଥିଲା । ସେହି […] The post କୂଅରେ ପଡି ଯୁବକ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ appeared first on KNews Odisha.

କୂଅରେ ପଡି ଯୁବକ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ
tangi

ଟାଙ୍ଗୀ : କୂଅରେ ପଡି ଯୁବକ ମୃତ । ମୃତ ଯୁବକଙ୍କ ନାମ ବୁଲୁ ମୁଦୁଲି (୩୬) । ପିତା -ଗଦାଧର ମୁଦୁଲି । ଘର ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ପାରିଓରଡ଼ ଟୁଟୁମ୍ବର ପଲ୍ଲୀ ଗ୍ରାମରେ । ପ୍ରତିଦିନ ପରି ଗତକାଲି ରାତିରେ ଖିଆପିଆ କରି ଶୋଇବାକୁ ଯାଇଥିଲେ। ସକାଳୁ ବୁଲୁ ମୁଦୁଲିକୁ ଘରୁ ନପାଇବାରୁ ପରିବାର ଲୋକେ ଚାରିଆଡେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ଖୋଜ ଖବର ମିଳିନଥିଲା ।

ସେହି ଗ୍ରାମରେ ଥିବା ଏକ କୂଅ ମଧ୍ୟରେ ଯୁବକର ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଟାଙ୍ଗୀ ଅଗ୍ନିଶ୍ରମ ବାହିନୀ କୂଅରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଟାଙ୍ଗୀ ପୋଲିସ ମୃତ ଦେହ ଜବତ ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର ସଠିକ ଖବର ଜଣା ପଡିବ ବୋଲି ଟାଙ୍ଗୀ ପୋଲିସ ସୂଚନା ଦେଇଛି।

The post କୂଅରେ ପଡି ଯୁବକ ମୃତ , ମୃତ୍ୟୁର କାରଣ ଅସ୍ପଷ୍ଟ appeared first on KNews Odisha.