ବିଜେଡିର ପଦଯାତ୍ରା ଟେନସନ; ମିଡିଆରେ ଅସନ୍ତୋଷ ଝାଡୁଛନ୍ତି ବିଜେଡି ନେତା

କନକ ବ୍ୟୁରୋ : ଅକ୍ଟୋବର ୨ ଆରମ୍ଭ ହେଉଛି ବିଜେଡିର ପଦଯାତ୍ରା । ଦୁଇଟି ପର୍ଯ୍ୟାୟରେ ହେବ ପଦଯାତ୍ରା । ପୂଜା ପରେ ଅକ୍ଟୋବର ୨୧ରୁ ୩୦ ଯାଏଁ ଚାଲିବ ପଦଯାତ୍ରା । ଶଙ୍ଖ ଭବନରେ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ଦଳର ବରିଷ୍ଠ ନେତା । ହେଲେ ଏହି ବୈଠକରେ ପଦଯାତ୍ରା ନେଇ  ଆଲୋଚନା ସମୟରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜୁ ସାହୁ ପଦଯାତ୍ରାରେ ବିଶୃଙ୍ଖଳା ହୋଇପାରେ ବୋଲି ଅନୁମାନ କରୁଛନ୍ତି । ଶୁକ୍ରବାର ଦିନ ଦଳର ତମାମ ନେତାଙ୍କୁ ଡାକି ବୈଠକ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ଦିନରେ କେମିତି ରହିବ ରଣନୀତି, ସେନେଇ ବିସ୍ତୁତ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି । ଦଳରେ ଥିବା ଫାଟକୁ ଯୋଡିବାକୁ ପ୍ରୟାସ କରିଛନ୍ତି । ହେଲେ ଏବେ ବି ଅନେକ ନେତା ବିଜେଡିର ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି । ବିଜେଡିର ପୁରୁଣା ନେତା ପରାଜୟର କାରଣ କହିଛନ୍ତି । ମଙ୍ଗଳା କିଷାନ କହିଛନ୍ତି, ଆଦିବାସୀ ବହୁଳ ଜିଲ୍ଲାରେ ଭୁଲ ବୁଝାମଣା ହେବାରୁ ଦଳର ପରାଜୟ ହୋଇଛି । ଅନେକ ଜିଲ୍ଲାରେ ସଙ୍ଗଠନ ଦୁର୍ବଳ ଥିଲା । ଯେଉଁମାନେ ସଙ୍ଗଠନ ଦାୟିତ୍ୱରେ ଥିଲେ ସେମାନେ ଭୁଲ ପ୍ରାର୍ଥୀ ସୃଷ୍ଟି କଲେ । ଘର ସଜାଡ଼ି ଲୋକଙ୍କ ପାଖକୁ ବିଜେଡି ଯିବା ପାଇଁ ବିଜେଡି ପ୍ରସ୍ତୁତ ହେଉଛି । ନୂଆ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇବାକୁ ଚେଷ୍ଟା କରିଛି ବିଜେଡି । ହେଲେ ନେତାଙ୍କ ଭିତରେ ବୟାନବାଜି ଦଳ ପାଇଁ ଅଡୁଆ ସୃଷ୍

ବିଜେଡିର ପଦଯାତ୍ରା ଟେନସନ; ମିଡିଆରେ ଅସନ୍ତୋଷ ଝାଡୁଛନ୍ତି ବିଜେଡି ନେତା

କନକ ବ୍ୟୁରୋ : ଅକ୍ଟୋବର ୨ ଆରମ୍ଭ ହେଉଛି ବିଜେଡିର ପଦଯାତ୍ରା । ଦୁଇଟି ପର୍ଯ୍ୟାୟରେ ହେବ ପଦଯାତ୍ରା । ପୂଜା ପରେ ଅକ୍ଟୋବର ୨୧ରୁ ୩୦ ଯାଏଁ ଚାଲିବ ପଦଯାତ୍ରା । ଶଙ୍ଖ ଭବନରେ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ଦଳର ବରିଷ୍ଠ ନେତା ହେଲେ ଏହି ବୈଠକରେ ପଦଯାତ୍ରା ନେଇ  ଆଲୋଚନା ସମୟରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜୁ ସାହୁ ପଦଯାତ୍ରାରେ ବିଶୃଙ୍ଖଳା ହୋଇପାରେ ବୋଲି ଅନୁମାନ କରୁଛନ୍ତି

ଶୁକ୍ରବାର ଦିନ ଦଳର ତମାମ ନେତାଙ୍କୁ ଡାକି ବୈଠକ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗାମୀ ଦିନରେ କେମିତି ରହିବ ରଣନୀତି, ସେନେଇ ବିସ୍ତୁତ ବ୍ଲୁ-ପ୍ରିଂଟ ପ୍ରସ୍ତୁତ ହୋଇଛି । ଦଳରେ ଥିବା ଫାଟକୁ ଯୋଡିବାକୁ ପ୍ରୟାସ କରିଛନ୍ତି । ହେଲେ ଏବେ ବି ଅନେକ ନେତା ବିଜେଡିର ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି ବିଜେଡିର ପୁରୁଣା ନେତା ପରାଜୟର କାରଣ କହିଛନ୍ତି । ମଙ୍ଗଳା କିଷାନ କହିଛନ୍ତି, ଆଦିବାସୀ ବହୁଳ ଜିଲ୍ଲାରେ ଭୁଲ ବୁଝାମଣା ହେବାରୁ ଦଳର ପରାଜୟ ହୋଇଛି । ଅନେକ ଜିଲ୍ଲାରେ ସଙ୍ଗଠନ ଦୁର୍ବଳ ଥିଲା । ଯେଉଁମାନେ ସଙ୍ଗଠନ ଦାୟିତ୍ୱରେ ଥିଲେ ସେମାନେ ଭୁଲ ପ୍ରାର୍ଥୀ ସୃଷ୍ଟି କଲେ ।

ଘର ସଜାଡ଼ି ଲୋକଙ୍କ ପାଖକୁ ବିଜେଡି ଯିବା ପାଇଁ ବିଜେଡି ପ୍ରସ୍ତୁତ ହେଉଛି । ନୂଆ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ମୈଦାନକୁ ଓହ୍ଲାଇବାକୁ ଚେଷ୍ଟା କରିଛି ବିଜେଡି ହେଲେ ନେତାଙ୍କ ଭିତରେ ବୟାନବାଜି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।